ସୋସାଇଟି ଚେଞ୍ଜସ ତରଫରୁ ବିଶ୍ଵ ମାନବିକ ଅଧିକାର ଦିବସ ପାଳିତ

କଟକ : 14/12(ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ଯଦି ଆମ ଇତିହାସକୁ ଦୁଇ ଭାଗରେ ବିଭକ୍ତ କରାଯାଏ ଗୋଟେ ସ୍ଵାଧୀନ ପୂର୍ବ ଭାରତ ଏବଂ ଅନ୍ୟଟି ସ୍ଵାଧୀନତା ପରବର୍ତ୍ତୀ ଭାରତ ବର୍ଷ। ସ୍ୱାଧୀନତା ପୂର୍ବରୁ ଆମ ଦେଶ ଅନେକ ଭାଗରେ ବିଭକ୍ତ ଥିଲା। ରାଜା ମହାରାଜା,ସାମନ୍ତ,ଜମିଦାର,ସାହୁକାର ଓ ଶେଷରେ ବ୍ରିଟିଶ ମାନଙ୍କ ଦ୍ଵାରା ଶାସିତ ହେଉଥିଲା। ସେ ସମୟରେ ଜନ ସାଧାରଣ ଅକଥନୀୟ ଅତ୍ୟାଚାରର ଶିକାର ହେଉଥିଲେ। ନା କହିବାର ସ୍ଵାଧୀନତା ଥିଲା ନା ଅନ୍ୟାୟକୁ ବିରୋଧ କରି ପାରୁଥିଲେ। ଏଭଳି ପରିସ୍ଥିତିରେ ବିଭିନ୍ନ ଦେଶରେ ମଣିଷ ନିଜ ଅଧିକାର ପାଇଁ ସଂଗ୍ରାମ କଲା ଓ ବିଭିନ୍ନ ଦେଶ ଉପନିବେଶବାଦ କବଳରୁ ବିଭିନ୍ନ ନୂତନ ସ୍ଵାଧୀନ ଗଣତାନ୍ତ୍ରିକ ଦେଶ ସୃଷ୍ଟି ହେଲା। କିନ୍ତୁ ଆଜିବି ହାଜତ ମୃତ୍ୟୁ,କୃଷକ ଆତ୍ମହତ୍ୟା, ସୁଧ ସଂଗ୍ରହଜନିତ ଅତ୍ୟାଚାର, ଶିଶୁ ଶ୍ରମିକ ପରି ସମସ୍ୟା ଆଜିବି ଏହି ତଥାକଥିତ ଗଣତାନ୍ତ୍ରିକ ଦେଶ ମାନଙ୍କ ରେ ଦେଖିବାକୁ ମିଳୁଛି। ବିଭିନ୍ନ କ୍ଷେତ୍ରରେ ସ୍ଵାଧୀନ ଭାବରେ ନିଜ ଭାବନା ବ୍ୟକ୍ତ କରିବାରେ ଅଙ୍କୁଶ ଓ ପ୍ରତିବନ୍ଧକ ରହିଥିବା ଆମ ଦେଶ ଓ ଅନ୍ୟାନ୍ୟ ଗଣତାନ୍ତ୍ରିକ ଦେଶ ମାନଙ୍କରେ ଦେଖିବାକୁ ମିଳୁଛି ବୋଲି କହିଛନ୍ତି ବିଶିଷ୍ଟ ମାନବ ଅଧିକାର କର୍ମୀ ଭାଲ ଚନ୍ଦ୍ର ଷଡ଼ଙ୍ଗୀ। ସୋସାଇଟି ଚେଞ୍ଜରସ ସଂଗଠନ ପକ୍ଷରୁ ଭର୍ଚ୍ୟୁଅଲ ପ୍ଲାଟ ଫର୍ମ ରେ ବିଶ୍ୱ ମାନବିକ ଅଧିକାର ଦିବସ ଉପଲକ୍ଷେ ଆୟୋଜିତ ଆଲୋଚନା ଚକ୍ରରେ ଯୋଗ ଦେଇ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ସ୍ଵାଧୀନତା ପରବର୍ତ୍ତୀ ସମୟରେ ପର୍ଯ୍ୟାୟ କ୍ରମେ ଆମ ସରକାର ମାନେ ଜନ ହିତରେ ବିଭିନ୍ନ ଆଇନ ଆଣିଛନ୍ତି କିନ୍ତୁ ଏବେ ବି ସେ ଆଇନ ଭିତରେ ବ୍ରିଟିଶ ରାଜ ସମୟର ଅନେକ ଦମନ ମୂଳକ ନୀତି ବଳବତ୍ତର ରହିଛି। କର୍ଫ୍ୟୁ,ଶହେ ଚୌରଲିଶି ପରି ଆଇନ ଜନତାଙ୍କୁ ଭୟଭୀତ କରିବା ପାଇଁ ବ୍ରିଟିଶ ସରକାର ଅମଳରେ ପ୍ରମୁଖ ଅସ୍ତ୍ର ଥିଲା ଆଉ ଆଜିବି ଏହି ସବୁ କଳା ଆଇନ ଆମ ଦେଶରେ ରହିଛି ଓ ବିଭିନ୍ନ ସମୟରେ ନିର୍ଦ୍ଦୋଷ ଲୋକଙ୍କୁ ହଇରାଣ କରାଯାଉଛି। ଏଣୁ ଏକ ଉଦାର ବାଦୀ ରାଷ୍ଟ୍ର ଗଠନ ନିମନ୍ତେ ସରକାର ଦମନମୂଳକ ଆଇନର ସଂଶୋଧନ କରିବା ଉଚିତ୍ ବୋଲି କହିଥିଲେ। ଅନ୍ୟତମ ବକ୍ତା ଭାବେ ବାହାରିନ ଓଡ଼ିଆ ସଂଗଠନ ର ପ୍ରତିନିଧି ସୁବାସ ଚନ୍ଦ୍ର ସାହୁ ସେ ନିଜ ଭ୍ରମଣ କାହାଣୀର ସ୍ମରଣ କରିବା ସହ ବିଭିନ୍ନ ଦେଶରେ ପୋଲିସର ଭୂମିକା ସମ୍ପର୍କରେ ଆଲୋକପାତ କରିବା ସହ ଭାରତୀୟ ପୋଲିସ ମଧ୍ୟ ନିଜ ଚରିତ୍ର ବଦଳାଇବା ସହ ଲୋକାଭିମୁଖୀ ହେବାକୁ ପରାମର୍ଶ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସମାଜ ସେବୀ ବିସ୍ମିତ ଦାସ,ଶିବ ପ୍ରସାଦ ଦାସ ପ୍ରମୁଖ ଆଲୋଚନା ରେ ଭାଗ ନେବା ସହ ସୋସାଇଟି ଚେଞ୍ଜରସ ର ଧାରାବାହିକ ୱେବିନାର କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିବା ସହ ମଣିଷ ସଚେତନ ହେଲେ ମାନବିକ ଅଧିକାର ହାସଲ ନିମନ୍ତେ ଦାବୀ ଜୋରଦାର ହେବ ଓ ଏକ ଶ୍ରେଷ୍ଠ ସମାଜ ଗଠନ ହୋଇ ପାରିବ ବୋଲି ମତ ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମକୁ ଅନୁଷ୍ଠାନ ର ସଭାପତି ସାରଦା ପ୍ରସାଦ ଦାସ ସଭାପତିତ୍ବ କରିଥିଲାବେଳେ ଶ୍ରୀକୃଷ୍ଣ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସୁଶାନ୍ତ ପ୍ରଧାନ, ସୌମ୍ୟ ରଂଜନ ଶତପଥୀ, ଇଂ ସାଗରିକା ସ୍ୱାଇଁ,ସରୋଜିନୀ ପାଲ, ଅଭିନବ ବେହେରା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here