ଜଳି ଗଲା ୧ ଟି ଧାନ ଗଦା : ନବରଙ୍ଗପୁର

ଡାବୁଗାଁ,14/12 : ନବରଙ୍ଗପୁର ଜିଲା  ଡାବୁଗାଁ ଥାନା ଅଧୀନ ହାତିବେଢା ଗ୍ରାମପଞ୍ଚାୟତ ର ଟଇଲାଗୁଡା ଗ୍ରାମରେ ଆଜି ମାଧ୍ୟାନ୍ନ ୨ ଘଣ୍ଟା ସମୟରେ ୧ଟି ଧାନ ଗଦା ନିଆଁ ଲାଗି ପୋଡ଼ିଯାଇଛି | ଟଇଲାଗୁଡା ଗ୍ରାମର କମଳଚନ୍ଦ ଗୌଡଙ୍କ ନିଜ ଜମିର ଧାନ ଆଣି ଖଳାରେ ଗଦା କରି  ରଖି ଥିଲେ | ସେହି ଧାନ ଗଦାରେ ଅଚାନକ କୌଣସି ପ୍ରକାରେ ନିଆଁ ଲାଗି ଯାଇଥିଲା | ଗ୍ରାମବାସୀ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ | ତେଣୁ ଗ୍ରାମବାସୀ ଡାବୁଗାଁ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ |ଦମକଳ ଗାଡି ପହଞ୍ଚିବା ବେଳକୁ ୭0% ଧାନ ପୋଡି ନଷ୍ଟ ହୋଇଯାଇଥିଲା | କମଳଚନ୍ଦ ଜଣେ ଗରିବ ଚାଷୀ ହୋଇଥିବା ହେତୁ ଡଙ୍ଗରା ରାଜସ୍ଵ ବିଭାଗ ଏହାର ତଦନ୍ତ କରି ତାଙ୍କୁ ସରକାରୀ ସାହାଯ୍ୟ କିଛି ପ୍ରଦାନ କରିବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି ।

                                                                                                                                                                                           ନବରଙ୍ଗପୁର ଜିଲା ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା, Odisha1.TV

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here