କେନ୍ଦ୍ରାପଡା ପ୍ରେସ୍ କ୍ଲବ୍ ପରିସରରେ ସାମ୍ବାଦିକତା ଏକ ବୃତ୍ତି ନୁହେଁ ଏକ ବ୍ରତକୁ ନେଇ ମେଗା ଆଲୋଚନା ଚକ୍ର ଅନୁଷ୍ଠିତ

ଆଜି କେନ୍ଦ୍ରାପଡା ପ୍ରେସ୍ କ୍ଲବ୍ ପରିସରରେ ଓଡିଶା ଲାଇଭ୍ ଟିଭି ଚ୍ୟାନେଲ ପରିବାର ପକ୍ଷରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ନେତୃତ୍ୱରେ ସାମ୍ବାଦିକତା ଏକ ବୃତ୍ତି ନୁହେଁ ଏକ ବ୍ରତକୁ ନେଇ ମେଗା ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସୂର୍ଯ୍ୟପ୍ରଭାର ଜିଲ୍ଲା ପ୍ରତିନିଧି ଶ୍ରୀଯୁକ୍ତ ରବିନାରାୟଣ ପତି ସଭାପତିତ୍ବ କରିଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ବରିଷ୍ଠ ଶିକ୍ଷାବିତ ଶ୍ରୀଯୁକ୍ତ ମନୋରଞ୍ଜନ ତ୍ରିପାଠୀ ଏବଂ ମୁଖ୍ୟ ଅତିଥିଭାବେ ଓଡିଶା ଲାଇଭ୍ ଟିଭିର ସମ୍ପାଦକ ଶ୍ରୀଯୁକ୍ତ ମନୋଜ କୁମାର ମହନ୍ତ ଓ ଓଡିଆ ଚଳଚିତ୍ର ପ୍ରଡ୍ୟୁସର ଏବଂ ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ମାନସ କୁମାର ସାହୁ (ମାନଭାଇ) ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ବଳନ କରି ଆଜିର ଆଲୋଚନା ଚକ୍ରକୁ ଶୁଭାରମ୍ଭ କରିଥିବା ବେଳେ ଓ ମୁଖ୍ୟ ବକ୍ତା ବରିଷ୍ଠ ଶିକ୍ଷୟିତ୍ରୀ ଓ କବୟିତ୍ରୀ ଶ୍ରୀମତୀ ଚାରୁଲତା ଭୂୟାଁ ଓ ସମ୍ମାନୀୟ ଅତିଥି ଭାବେ ଟାଇମସ୍ ଅଫ୍ ଇଣ୍ଡିଆର ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ଆଶିଶ୍ କୁମାର ସେନାପତି, ବରିଷ୍ଠ ସମାଜସେବୀ ତଥା ପ୍ରେସ୍ କ୍ଲବର ସଭାପତି ଶ୍ରୀଯୁକ୍ତ ଅମରବର ବିଶ୍ୱାଳ ଏବଂ ଜି ଓଡିଶା ଟିଭିର ଜିଲ୍ଲା ପ୍ରତିନିଧି ଶ୍ରୀଯୁକ୍ତ ଶିବାଶିଷ ମହାନ୍ତି, ଡି. ଏସ. ଏସ୍. ଓ ଶ୍ରୀଯୁକ୍ତ ପ୍ରଭାସ ଚନ୍ଦ୍ର ଦାସ,ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ଶ୍ରୀଯୁକ୍ତ ସତ୍ୟପ୍ରିୟ ଦାସ, ଭିନ୍ନକ୍ଷମ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ସ୍ନେହା°ସୁ କୁମାର ଦାସ ଏବଂ ଓଡିଶା ଲାଇଭ୍ ଟିଭିର ୱେବ୍ ସାଇଟ୍ ସମ୍ପାଦକ ସୁଶାନ୍ତ କୁମାର ମହାନ୍ତି, ସୋସିଆଲ୍ ମିଡିଆ
ସମ୍ପାଦିକା ଲିପିକା ରାଉତ, ନିଉଜ୍ ରିଡର ଦୀପିକା ମିଶ୍ର ପ୍ରମୁଖ ଯୋଗ ଦେଇଥିବା କବି ଓ ଶିକ୍ଷୟିତ୍ରୀ ଶ୍ରୀମତୀ ସ୍ୱର୍ଣ୍ନଲତା ସ୍ୱାଇଁ, ନାରୀନେତ୍ରୀ ଅନୀତା ମହାନ୍ତି,ପୂର୍ବତନ ଶିଶୁ ମଂଗଳ କମିଟିର ଅଧ୍ୟକ୍ଷା ଶ୍ରୀମତୀ ସ୍ମିତାଞ୍ଜଳୀ ମହାପାତ୍ର, ଶିକ୍ଷାବିତ୍ ଭାଗୀରଥୀ ମହାନ୍ତି , ମନୋରଞ୍ଜନ ତ୍ରିପାଠୀ ଓ ମନୋଜ କୁମାର ପଟ୍ଟନାୟକଙ୍କ ସମେତ ସ୍ୱାଧୀକାର ନିଉଜ୍ ପେପରର ଚିଫ୍ ବ୍ୟୁରୋ ସାମ୍ବାଦିକ ଦୂର୍ଗାଶିଷ୍ ପତି, ସହରାଞ୍ଚଳ ଫାଣ୍ଡି -୨ର ହାବିଲଦାର ଶ୍ରୀଯୁକ୍ତ ନରେନ୍ଦ୍ର ନାଥ ସୋରେନ ଓ ଏପିଆର୍ ହାବିଲଦାର ଶ୍ରୀଯୁକ୍ତ ତପନ କୁମାର ଦାସ, ବ୍ୟଙ୍ଗ କବି ଶ୍ରୀଧର କୁମାର ମହାନ୍ତି ଏବଂ ଅର୍ଗସ ଟିଭିର ଜିଲ୍ଲା ପ୍ରତିନିଧି ସାମ୍ବାଦିକ ପ୍ରଭାତ କୁମାର ଲେଙ୍କା ଓ ବରିଷ୍ଠ ସାମ୍ବାଦିକ ନିରଞ୍ଜନ ପରିଡା, ସାମ୍ବାଦିକ ରାକେଶ ଲେଙ୍କା,ସାମ୍ବାଦିକ ପିନାକୀ ସାମନ୍ତରାୟ,ସାମ୍ବାଦିକ ରଞନ କୁମାର ସାହୁ, ସାମ୍ବାଦିକ ନାମବ୍ରହ୍ମ କର, ସାମ୍ବାଦିକା ନମିତା ନାୟକ, ସାମ୍ବାଦିକ ଆକାଶ କୁମାର ଦାସ,ସାମ୍ବାଦିକ ବିରେନ କୁମାର ଦାସ, ସାମ୍ବାଦିକ କବିତା ପ୍ରଧାନ, ସାମ୍ବାଦିକ ଗୌତ୍ତମ ସାହୁ, ସମାଜସେବୀ ପିତବାସ ଦାସ, ଛାତ୍ର ସୁଜିତ୍ କୁମାର ଦାସ ପ୍ରମୁଖଙ୍କୁ ପୁଷ୍ପଗୁଚ୍ଛ,ଉତ୍ତରୀୟ ଏବଂ ମାନ ପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଉପସ୍ଥିତ ଅତିଥିମାନେ ସାମ୍ବାଦିକତା ଏକ ବୃତ୍ତି ନୁହେଁ ଏକ ବ୍ରତ ଶୀର୍ଷକକୁ ନେଇ ବିଭିନ୍ନ ଆଲୋଚନା ପର୍ଯ୍ୟାଲୋଚନା କରିବା ସହିତ ବହୁ ତର୍କ ବିତର୍କ ମାଧ୍ୟମରେ ନିଜ ନିଜର ବହୁ ମୂଲ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ସାମ୍ବାଦିକ ଦିପକ କୁମାର ସେନ୍ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here