ରାଜଗାଙ୍ଗପୁର ଟ୍ରକ ମାଲିକ ସଂଘ ର ଶପଥ ଗ୍ରହଣ ସମାରୋ

ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ପୈ।ରାଞ୍ଚଳରେ ରବିବାର ଦିନ ରାଜଗାଙ୍ଗପୁର ଟ୍ରକ ମାଲିକ ସଂଘ କାର୍ଯ୍ୟଳୟ ଠାରେ ନବ ନିର୍ବାଚିତ ସମସ୍ତ ଆଠ ଜଣ ସଦସ୍ୟଙ୍କୁ ନେଇ ଶପଥ ଗ୍ରହଣ କରାଯାଇଛି ।କୋଭିଡ ନିୟମ ଅନୁଯାୟୀ ଉକ୍ତ କାର୍ଯ୍ୟକ୍ରମ ରେ ଖୁବ କମ ସଂଖ୍ୟକ ଲୋକଙ୍କୁ ନିମନ୍ତ୍ରଣ କରାଯାଇଥିଲା ।
ତେବେ ପରବର୍ତ୍ତୀ କାର୍ଯ୍ୟକ୍ରମରେ ସମସ୍ତ ସଂଘ ମାଲିକଙ୍କୁ ନିମନ୍ତ୍ରଣ କରାଯିବ ବୋଲି ସଭାପତି ଶ୍ରୀ ରାଜେସ ଶର୍ମା ମୋବାଇଲ ମାଧ୍ୟମରେ ପ୍ରକାଶ କରିଥିଲେ ।
ଆଜିର କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାଜଗାଙ୍ଗପୁର ଏସଢିପିଓ ଶ୍ରୀ ଶଶାଙ୍କ ଶେଖର ବେହୁରା ଏବଂ ରାଜଗାଙ୍ଗପୁର ଥାନା ଅଧିକାରୀ ଶ୍ରୀ ଗୋକୁଳାନନ୍ଦ ସାହୁ ଉପସ୍ଥିତ ରହି ସଦସ୍ୟ ମାନଙ୍କୁ ଉତ୍ସାହିତ କରି ନିଜ ନିଜର ବକ୍ତବ୍ୟ ରଖିଥିଲେ ।
ସମସ୍ତ କାର୍ଯ୍ୟ ସୁରୁଖୁରୁରେ ସମ୍ପାଦନ ହୋଇଥିଲା।ସମସ୍ତ ନବ ନିର୍ବାଚିତ ସଦସ୍ୟଙ୍କୁ ଫୁଲ ମାଳ , ଉପଢୌକନ ଓ ମାନପତ୍ର ଦେଇ ଶପଥ ଗ୍ରହଣ କରାଇବା ସହ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।ପରିଶେଷରେ ନିର୍ବାଚନ ଅଧିକାରୀ ଉପେନ୍ଦ୍ର ପ୍ରଧାନଙ୍କୁ ସଂଘର ସମସ୍ତ କାର୍ଯ୍ୟ ଉଚିତ ଭାବେ ସମ୍ପାଦନ କରିଥିବାରୁ ସମସ୍ତ ସଦସ୍ୟ ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଅର୍ପଣ କରିଥିଲେ ।

ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀ ରୁ ରଞ୍ଜିତ କୁମାର ରାଉତଙ୍କ ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here