ନଦୀରୁ ବାଲି ଚୋରି ବେଳେ ୯ଟି ଡମ୍ପର ୪ ଟି ଟ୍ରାକଟର ଜବତ , ଥାନାରେ ମାମଲା ରୁଜୁ :

ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ଦଲକି ପଞ୍ଚାୟତର ସଙ୍ଖ ନଦୀରୁ ସବୁଦିନ ବେଆଇନ ଭାବେ ବାଲି ଚୋରି ହେଉଥିବା ବେଳେ ଆଜି ସ୍ଥାନୀୟ ରାଏବଗା ଥାନା ଅଧିକାରୀ ଲକ୍ଷ୍ମୀକାନ୍ତ ପ୍ରଧାନଙ୍କ ଟିମ୍ ସହିତ ସଙ୍ଖ ନଦୀରେ ଚଢାଉ କରିଥିଲେ ଏଥିରୁ ଓ ଆର ୧୪ କ୍ୟୁ ୨୪୭୧, ଆର ୧୬ ଡି ୪୦୨୮, ଓ ଆର ୧୬ ଡି ୬୫୮୬ , ଓ ଆର ୧୬ ଡି ୪୦୧୨ ନମ୍ୱର ଗାଡି ବାଲି ଚୋରି କରି କୁତ୍ରା, ରାଜଗାଙ୍ଗପୁର, ବିହାବନ୍ଦ ଓ ଖତକୁଲବାହାଲ ଯାଉଥିବା ସମୟରେ ରାଏବଗା ପୋଲିଶ ସବୁ ଡମ୍ଫରକୁ ଜବତ କରି ରାଏବଗା ଥାନା ରେ ଅଟକ ରଖିଛି । ବାଲି ଚୋର ମାଫିଆ ସରକାରି ରେଭିନ୍ୟୁ କେମିତି ଠକିବା ସହ ବେଆଇନ ଭାବେ ବିକ୍ରି କରୁଥିଲେ । ଠିକ ସମୟରେ ରାଏବଗା ପୋଲିଶ ପୋହଞ୍ଚି ୪ଟି ବାଲି ଲୋଡ ଡମ୍ଫରକୁ ଯବତ କରି କେସ କରିଛି । ୫ଟି ଖାଲି ଡମ୍ଫର ଓ ୪ଟି ଖାଲି ଟ୍ରାକ୍ଟର କୁ ୧୦୦୦ ଟଙ୍କା କରି ଫାଇନ ପକାଇ ଥିଲେ । ତେବେ ରାଜ୍ୟ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ପାଣ୍ଠିକୁ ନ ଆସି ବାଟ ମାରଣା ହେଉ ଥିବା ବେଳେ ତହସିଲଦାର କରୁଛନ୍ତି କ’ଣ ଓ ତାଙ୍କ ରାଜସ୍ଵ ବିଭାଗର କର୍ମଚାରୀ କ’ଣ ଶୋଇ ଶୋଇ ଦରମା ନେଉଛନ୍ତି ନା ଯାଣି ଶୁଣି ଚେଇଁ ଶୋଇଛନ୍ତି । ନଚେତ ଏଭଳି ବେଆଇନ ଭାବେ ଶହ ଶହ ଟ୍ରକ ଓ ଡମ୍ପରରେ ବାଲି ଚୋରି ହେଉ ଥିବା ବେଳେ ସରକାରୀ କଳ ସଂପୂର୍ଣ୍ଣ ନୀରବ ଦ୍ରଷ୍ଟା ସାଜିଛି କାହିଁକି ?

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here