ଦଶ ଚକିଆ ଟ୍ରକ ଭାରସାମ୍ୟ ହରାଇ ଓଲଟିଲା , ଅଳ୍ପକେ ବର୍ତିଲେ ଚାଳକ :

ରମାବହାଲ ଟ୍ରନିଙ୍ଗ ସମୀପ ବିଜୁ ଏକ୍ସପ୍ରେସ ୱେ ରାଜ୍ୟ ରାଜପଥ -୧୦ ରେ ଦଶ ଚକିଆ ଟ୍ରକ ଭାରସାମ୍ୟ ହରାଇ ଡିଭାଇଡରକୁ ପିଟି ଓଲଟି ଥିବା ଟ୍ରକ ନଂ ଓଡ଼ି ୧୬ ଡ଼ି ୬୩୨୨ ଭାରସାମ୍ୟ ହରାଇ ଡିଭାଇଡରକୁ ପିଟିବା ସହିତ ରାସ୍ତା କଡ଼ରେ ଓଲଟି ପଡିଥିଲା । ୧୦ ଚକିଆ ଟ୍ରକ ରାଉରକେଲା ଆଡକୁ ଯାଉଥିବା ବେଳେ ବିପରିତ ଦିଗରୁ ଆସୁଥିବା ଗୋଟିଏ କାରକୁ ବଞ୍ଚାଇବା ପାଇଁ ଡ଼ିଭାଇଡରକୁ ପିଟି ରାସ୍ତାରେ ଓଲଟି ପଡି ଥିବା ଜଣାପଡିଛି | ଟ୍ରକରେ କିଛି ନ ଥିବା ଯୋଗୁଁ କିଛି କ୍ଷତି ହେଲା ନାହିଁ । ନଚେତ ମୁଖ୍ୟ ରାସ୍ତା ଜାମ ହୋଇଥାନ୍ତା | ଟ୍ରକ ଚାଳକକୁ ସ୍ଥାନୀୟ ବାସିନ୍ଦା ଟ୍ରକରୁ ବହାର କରି ରାଜଗାଙ୍ଗପୁର ସ୍ଥିତ ସରକାରୀ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଚାଳକଙ୍କ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଗଲା | ରାଜଗାଙ୍ଗପୁର ଟ୍ରକ ମାଲିକ ସଂଘର ମହାସଚିବ ରାମଜି ପ୍ରସାଦ ଓରଫ ରାମା ଘଟଣାସ୍ଥଳରେ ପହଞ୍ଚି କ୍ରେନ ଯୋଗେ ଟ୍ରକକୁ ଉଠାଇ ଥିବା ଜଣାପଡିଛି । ଟ୍ରକ ରାଜଗଙ୍ଗପୁର ଭଟ୍ଟାପଡା ନିବାସୀ ମହମ୍ମଦ ହନିଫଙ୍କର ବୋଲି ଜଣାପଡିଛି।

ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀ ରୁ ରଞ୍ଜିତ କୁମାର ରାଉତଙ୍କ ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here