କାର ବାଇକ ମୁଁହା ମୁହିଁ ଧକ୍କାରେ ଦୁଇ ଯୁବକଙ୍କ ମୃତ୍ୟୁ :

କାଂଶବାହଲ ଫାଣ୍ଡି ନିକଟସ୍ଥ ରାଜ୍ୟ ରାଜ ପଥ ୧୦ ର ଲାଇଙ୍ଗ ଗ୍ରାମ ନିକଟସ୍ଥ କାର ଓ ବାଇକ ମଧ୍ୟରେ ଧକ୍କା ହେବାରୁ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି।
ଆଜି ସଂଧ୍ୟା ୭ ଘଟିକାରେ ଦୁଇଜଣ ଅଜଣା ଯୁବକ ବାଇକ ନମ୍ବର
ଓଡ଼ି ୨୩କେ ୫୭୫୨ରେ ଲାଇଙ୍ଗ ଗ୍ରାମକୁ କୋୖଣସି କାମରେ ଆସି ରାଜଗାଙ୍ଗପୁର ଯିବା ସମୟରେ  ରାଜଗାଙ୍ଗପୁର ଠାରୁ ରାଉରକେଲା ଅଭିମୁଖେ ଏକ କାର ଯାହାର ନମ୍ବର ଓଡ଼ି ୧୪ ଭି ୧୨୩୨ ଗାଡି ଯାଉଥିବା ସମୟରେ ଦୁହିଁଙ୍କ ମଧ୍ୟରେ ଧକ୍କା ହୋଇଥିଲା । ଏହି ଘଟଣାରେ
ଘଟଣାସ୍ଥଳରେ ଜଣେ ବାଇକ ଆରୋହୀଙ୍କ ମୃତୁ ହୋଇ ଯାଇଥିଲା ଅନ୍ୟତମ ଆରୋହୀ ଙ୍କ ନିଶ୍ୱାସ ନେବା ଜଣା ପଡିବା ଦେଖି ଲାଇଙ୍ଗ ଗ୍ରାମର ହେମନ୍ତ ରାଜଗନ୍ଧା ଏମବୁଲେନ୍ସକୁ ଡାକି ଜଣଙ୍କୁ ରାଜଗାଙ୍ଗପୁର ଡାକ୍ତରଖାନାକୁ ନେଇ ଥିଲେ । ସେଠାରେ ଡାକ୍ତର ତାଙ୍କୁ ପରୀକ୍ଷା କରି ମୃତ ଘୋଷଣା କରି ଥିଲେ। ମୃତ ଅନ୍ୟ ଜଣଙ୍କୁ ପରେ ନେଇ  ରାଜଗାଙ୍ଗପୁର ଡାକ୍ତର ଖାନାର ଶବ ଗୃହରେ ରଖା ଯାଇଛି। ଦୁହିଁଙ୍କ ପରିଚୟ ମିଳି ପାରି ନାହିଁ । ପୋଲି ଦୁହିଁଙ୍କ ପରିଚୟ ପାଇଁ
ଅନୁ ସନ୍ଧାନ କରିବା ଜଣାଯାଇଛି । ଦୁର୍ଘଟଣା ପରେ କିଛି ସମୟ
ପାଇଁ ଉତେଜନା ଦେଖାଯାଇଥିଲା। ରାଜଗାଙ୍ଗପୁର ଥାନା ଅଧିକାରୀ ଗୋକୁଳାନନ୍ଦ ସାହୁ ଘଟଣାସ୍ଥଳରେ ପହଞ୍ଚି ଜନସାଧାରଣଙ୍କୁ ବୁଝେଇବା ପରେ ଶାନ୍ତ ପଡିଥିଲା । ଆସନ୍ତାକାଲି ଦୁଇ ଯୁବକଙ୍କ
ପରିଚୟ ମିଳିବା ପରେ ଶବ ବ୍ୟବଚ୍ଛେଦ କରା ଯାଇ ତାଙ୍କ ପରିବାରଙ୍କୁ ହସ୍ତାନ୍ତର କରାଯିବାର ସମ୍ଭାବନା ରହିଛି।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here