କର୍ମଚାରୀଙ୍କ ଦାବୀକୁ ମାନ୍ୟତା ଦେଇଥିବାରୁ ସମସ୍ତେ ଆଶ୍ବସ୍ତ :

I

ଶୃଙ୍ଖଳା, ପରିଶ୍ରମ, କର୍ତ୍ତବ୍ୟ ର ଫଳ ଯେ ମିଠା, ଏହା ପ୍ରମାଣିତ କରିଛନ୍ତି ଓସିଏଲର , ଓସିଏଲ ସିମେଣ୍ଟ ରାଜଗାଙ୍ଗପୁର , କେସିଡବ୍ଲୁ ସିମେଣ୍ଟ , କଟକ ପ୍ଲାଣ୍ଟର କର୍ମଚାରୀ ମାନେ କର୍ମଚାରୀ ମାନଙ୍କର ବିଭିନ୍ନ ଦାବିକୁ ସଫଳ ରୂପାୟନ ପାଇଁ ଚେଷ୍ଟା କରିଥିଲେ । କର୍ମଚାରୀ ସଂଘ ସଭାପତି ଶ୍ରୀଯୁକ୍ତ ମଙ୍ଗଳା କିଷାନ.. ଦୀର୍ଘ ଏକ ବର୍ଷ ଧରି ଡାଲମିଆ ସିମେଣ୍ଟ ମେନେଜମେଣ୍ଟ ସହିତ ଆଲୋଚନା ,ପର୍ଯ୍ୟାଲୋଚନା, କରି ଶେଷ ରେ ୩୭ ଜଣ ଠିକା କର୍ମଚାରୀ ଙ୍କୁ ସ୍ଥାଇ କର୍ମଚାରୀ ରୂପେ ଡାଲମିଆ କତ୍ତୃପକ୍ଷ ଘୋଷଣା କରିଛନ୍ତି । ରିଫ୍ରାକ୍ଟରୀର ସମସ୍ତ କର୍ମଚାରୀ ମାନଙ୍କୁ ଇନକ୍ରିମେଣ୍ଟ ପ୍ରଦାନ ପାଇଁ ସହମତି ପ୍ରକାଶ କରିଛନ୍ତି । ତାହା ସହିତ ସିମେଣ୍ଟ କାରଖାନାରେ କାର୍ଯ୍ୟରତ କମ ଦରମା ପାଉଥିବା କର୍ମଚାରୀ ମାନଙ୍କୁ ଦରମା ବୃଦ୍ଧି କରିଛନ୍ତି । କର୍ମଚାରୀ ମାନଙ୍କର ପିଲାମାନେ ପଢ଼ୁଥିବା ସ୍କୁଲର ‘ଫି’ ଓ ସ୍ୱାସ୍ଥ୍ୟ ବୀମା ଯୋଜନା ଘୋଷଣା କରିଛନ୍ତି । ବୋନଶ, ଓ ଛୁଟି କୁ ଏହି ଦୁଇ ଗୋଟି ଦାବି ଆଗାମୀ ଦିନରେ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ଘୋଷଣା କରିଛନ୍ତି । ବହୁତ ବହୁତ ଧନ୍ୟବାଦ ଜଣାଉଛି ସୁନୀଲ ଗୁପ୍ତା , ଏକ୍ଜିକ୍ୟୁଟିଭ ଡାଇରେକ୍ଟର , ଡାଲମିଆ ଭାରତ ପ୍ରାଇଭେଟ୍ ଲିମଟେଡ , ମୋହୋଦୟ ଙ୍କୁ, ତାଙ୍କର ଆପ୍ରାଣ ଉଦ୍ୟମ ପାଇଁ ଏହା ସଫଳ ହୋଇପାରିଲା ‌ ଏବଂ ଅନ୍ୟ କର୍ମଚାରୀ ସଂଘର ସମସ୍ତ ମେମ୍ବର ମାନଙ୍କୁ ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here