ଟ୍ରାକଟର ଧକ୍କାରେ ଦୁଇ ମୃତ , ଜଣେ ଗୁରୁତର :

ଘରକୁ ଫେରୁଥିବା ବେଳେ ତିନି ଜଣ ଯୁବକ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାର ଶିକାର ହୋଇଥିଲେ । ଏଥିରେ ଦୁଇ ଜଣ ମୃତ୍ୟୁ ବରଣ କରିଥିବା ବେଳେ ଜଣେ ଗୁରୁତର ଆହତ ହୋଇ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି l ଆଜି ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ରାଏବଗା ଥାନା ସଂଲଗ୍ନ ଝମନକେରା ରାସ୍ତାରେ l ଅଣ୍ଡାଳି ଜାମବାହାଲ ପଞ୍ଚାୟତର ଦୁଲ୍ହପୁର ଗ୍ରାମର ବାସିନ୍ଦା ତିନି ଜଣ ଯୁବକ ଏକ ବାଇକ ଯୋଗେ ରାଏବଗା ଅଞ୍ଚଳରୁ କୌଣସି କାମ ସାରି ନିଜ ଘରକୁ ଫେରୁଥିବା ସମୟରେ ଅପର ପାର୍ଶ୍ଵରୁ ଆସୁଥିବା ଓଆର୍୧୬ଡି ୫୬୨୭ ନଂ ଟ୍ରାକ୍ଟର ସହ ମୁହାମୁହିଁ ଧକ୍କା ହେବାରୁ ଘଟଣା ସ୍ଥଳରେ ଦୁଇ ଜଣ ଯୁବକ ସଞ୍ଜୁ ରାଜ ଗନ୍ଧା (୨୩) ଓ ସୁରେନ୍ଦ୍ର ସା (୨୮) ଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ସାଙ୍ଗରେ ଥିବା ବସନ୍ତ ରାଜ ଗନ୍ଧା (୧୮) ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତୀ ଯାଇ ଗୁରୁତର ଅବସ୍ଥା ରେ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି l ଖବର ପାଇ ରାଏବଗା ପୋଲିଶ ଘଟଣାସ୍ଥଳରେ ପହଞ୍ଚି ଶବ ଦୁଇଟିକୁ ଜବତ କରି ବ୍ଯବଚ୍ଛେଦ ପାଇଁ ପଠାଇବା ସହ ଦୁର୍ଘଟଣା ଗ୍ରସ୍ତ ବାଇକ ଓ ଟ୍ରାକଟରକୁ ମଧ୍ୟ ଜବତ କରିଥିଲେ I ଏ ବାବଦରେ ରାଏବଗା ଥାନାରେ ଏକ ଦୁର୍ଘଟଣା ଜନିତ ମୃତ୍ୟୁ ମାମଲା ରୁଜୁ ହୋଇଥିବା ଜଣାପଡିଛି l ଦୁର୍ଘଟଣା ଘଟାଇବା ପରେ ଘଟଣା ସ୍ଥଳରୁ ଟ୍ରାକଟର ଡ୍ରାଇଭର ଫେରାର୍ I

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here