ଲ୍ୟାମ୍ପସ୍ ଠାରେ ଧାନମଣ୍ତି ଉଦ୍‌ଘାଟିତ, ଦଶମନ୍ତପୁର,୮୬୮କୁଇଣ୍ଟାଲ ଧାନ ସଂଗ୍ରହ : କୋରାପୁଟ

ଲକ୍ଷ୍ମୀପୁର[୧୨/୧୨/୨୦] : କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଳକ ସଦର ଲ୍ୟାମ୍ପସ୍ ଠାରେ ଆଜି ଧାନମଣ୍ତି ଉଦ୍‌ଘାଟନ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଲ୍ୟାମ୍ପସ୍ ପରିଚାଳନା ଅଧିକାରୀ ପ୍ରଫୁଲ୍ଲ କୁମାର ମିଶ୍ରଙ୍କ ସଭାପତିତ୍ବରେ ଆୟୋଜନ କରି, ମୁଖ୍ୟ ଅତିଥି ଭାବେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ ବିଧାୟକ ପ୍ରଭୁଜାନୀ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ବିଜେଡି ଉପସଭାପତି ନାରାୟଣ ବିଶୋଇ,ଜିଲ୍ଲା ପରିଷଦ ସଭ୍ୟ କହ୍ନେଇ ଜାନୀ, ଆଇନଜୀବୀ ବିଦ୍ୟାଧର ସାହୁ, ସ୍ଥାନୀୟ ସରପଞ୍ଚ ବଳରାମ ମୁଦୁଲି, ଅତିରିକ୍ତ ଥାନା ଅଧିକାରୀ ବିଜୟ କୁମାର ପଣ୍ଡା,ଦଶମନ୍ତପୁର ବ୍ଳକ ଜୋନାଲ କମିଟି ଚେୟାରମାନ୍ ଅରୁଣ ରଥିନାୟକ, ଭାସ୍କର ମହାନନ୍ଦିଆ ଏବଂ ଅନ୍ୟାନ୍ୟ ଚାଷୀ ଉପସ୍ଥିତ ଥିଲେ। ପ୍ରଥମ ଦିନରେ ହିଁ ମଣ୍ତିରେ ୮୬୮ କୁଇଣ୍ଟାଲ ଧାନ ଚାଷୀଙ୍କ ଠାରୁ କିଣାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଉଦେଶ୍ଯ ହେଲା ଚାଷୀମାନେ କିପ୍ରକାର ଟୋକନ ପାଇପାରିବେ ଏବଂ ଚାଷୀମାନଙ୍କ ଠାରୁ ଅଧିକ ରୁ ଅଧିକ ମଣ୍ତିରେ ଧାନ ଅଣାଯାଇ ପାରିବ। ଏନେଇ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ଏହି ଅବସରରେ ସହଯୋଗ କରିଥିଲେ ଲ୍ୟାମ୍ପସ୍ କର୍ମକର୍ତ୍ତା ଗଣ ଯଥା କୈଲାସ ଗରଡା, ପିଣ୍ଟୁ ବେନ୍ୟା, ପ୍ରହଲାଦ ପ୍ରଧାନୀ, ସୁଧାମ ଦାସ, ରାଧାରାଣୀ ନାୟକ, ରବିନ୍ଦ୍ର କୁମାର ବେହେରା, ଚନ୍ଦ୍ର ଜାନୀ ଏବଂ ଧନେଶ୍ ମୁଦୁଲି ଇତ୍ୟାଦି। ପରବର୍ତ୍ତୀ ସମୟରେ କାର୍ଯ୍ୟକ୍ରମକୁ ପରି ସମାପ୍ତି କରାଯାଇଥିଲା।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here