୯୦ ଲକ୍ଷ ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କଲା ଅବକାରୀ ବିଭାଗ

ଅନୁଗୁଳ : ପୁଣି ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା। ଅନୁଗୋଳ ଜିଲ୍ଲା କଣଲୋଇ ଅଞ୍ଚଳରୁ ପାଖାପାଖି ଗୋଟିଏ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କରିଛି ଅବକାରୀ ବିଭାଗ। ଶନିବାର ଅନୁଗୋଳ ଅବକାରୀ ବିଭାଗକୁ ବଡ଼ ସଫଳତା ମିଳିଛି। ବହୁ ପରିମାଣର ଗଜେଇ ଗଛ କାଟି ନିଆଁ ଲଗାଇ ନଷ୍ଟ କରିଛି ବିଭାଗ। ପ୍ରାୟ କୋଟିଏ ଟଙ୍କା ପାଖାପାଖି ଗଞ୍ଜେଇ ଗଛ ନଷ୍ଟ କରାଯାଇଥିବା ସୂଚନା ମିଳିଛି।
ସୂଚନା ଅନୁସାରେ, ଛେଣ୍ଡିପଦା କଣଲୋଇ ଜଙ୍ଗଲରେ ୨ ଏକର ୨୫ ଡ଼ିସିମିଲ ଜାଗାରେ ପ୍ରାୟ ୯୦୦୦ ଗଞ୍ଜେଇ ଗଛକୁ ଅବକାରୀ ବିଭାଗ କାଟିଛି । ଯାହାର ଆନୁମାନିକ ମୂଲ୍ୟ ୯୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି ।ଏହି ଚଢ଼ାଉରେ ଅନଗୁଳ ଅବକାରୀ ବିଭାଗ, ବାଗଡ଼ିଆ ପୋଲିସ ଆଉ ଛେଣ୍ଡିପଦା ରେଞ୍ଜର ଉପସ୍ଥିତ ଥିଲେ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here