ଛେଣ୍ଡ ଛକରେ ପୋଲିଶ ଗାଡି ଧକ୍କାରେ ଜଣେ ଯୁବକ ମୃତ , ଦୁଇ ଗୁରୁତର : ସୁନ୍ଦରଗଡ଼

ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ଏକ ଯୁବକର ଅମୂଲ୍ୟ ଜୀବନ । ଘରକୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ ଯୁବକ ଦ୍ବୟ ଓ ଜନୈକ ନାବାଳକ । ଏଭଳି ଏକ ହୃଦୟ ବିଦାରକ ଦୁର୍ଘଟଣା ଘଟିଛି ରାଉରକେଲା ସ୍ଥିତ ଛେଣ୍ଡ ଛକରେ । ଏକ ବାଇକରେ ଦୁଇ ଜଣ ଯୁବକ ଓ ଜଣେ ନାବାଳକ ସେକ୍ଟର ୧୬ ରୁ ବାହାରି ନିଜ ଘରକୁ ଫେରୁଥିବା ବେଳେ ଛେଣ୍ଡ ଛକ ନିକଟରେ ସ୍କୁଟି ଖସିଯାଇ ସମସ୍ତେ ପଡିଯିବାରୁ ପଛପଟୁ ଆସୁଥିବା ଏକ ପୋଲିଶ ଗାଡି ସ୍କୁଟି ପଛରେ ବସିଥିବା ଯୁବକ ଉପରେ ପଛରୁ ଆସୁଥିବା ପୋଲିଶ ଗାଡି ଚଢିଯିବାରୁ ସ୍ଥାନୀୟ ବାସୀନ୍ଦାଙ୍କ ସହାୟତାରେ ସଙ୍ଗେସଙ୍ଗେ ତାଙ୍କୁ ଆରଜିଏଚ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ ।  ସ୍କୁଟି ଚାଳକ ଓ ଜନୈକ ନାବାଳକ ଗୁରୁତର ଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ ଆରଜିଏତରେ ଭର୍ତ୍ତି କରାଯାଇଛି । ଖବର ପାଇ ଘଟଣାସ୍ଥଳରେ ଉଦିତନଗର ପୋଲିଶ ପହଞ୍ଚି ଘୁର୍ଘଟଣା ଗ୍ରସ୍ତ ସ୍କୁଟି ଜବତ କରିବା ସହ ଶବକୁ ଜବତ କରି ଶବ ଗୃହରେ ରଖିଛନ୍ତି । ମୃତକଙ୍କ ପରିବାର  ଲୋକେ ଅଭିଯୋଗ କରିଛନ୍ତି ଯେ ସ୍କୁଟିରୁ ଖସି ତଳେ ପଡିଯିବା ପରେ ପଛପଟୁ ଆସୁଥିବା ପୋଲିଶ ଗାଡି ଯୁବକ ଉପରେ ଚଢି ଯାଇଥିବାରୁ ଯୁବକଙ୍କ ମୃତ୍ୟୁ ହୋଇଛି । ତେବେ ଉଦିତନଗର ପୋଲିଶ ତଦନ୍ତ ଜାରି ରଖିଛି । ମୃତ ଯୁବକର ନାମ ପିହୁ ତିର୍କୀ (୨୬) ବୋଲି ଜଣାପଡିଛି , ତେବେ ଗୁରୁତର ମାନଙ୍କ ପରିଚୟ ମିଳି ପାରିନାହିଁ । ଏ ନେଇ ଉଦିତନଗର ଥାନାରେ ଏକ ଦୁର୍ଘଟଣା ଜନିତ ମୃତ୍ୟୁ ମାମଲା ରୁଜୁ ହୋଇଛି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here