କେନ୍ଦ୍ରାପଡା ଇଛାପୁର ଠାରେ ଶ୍ରୀ ବଳଦେବଜୀଉ ମାର୍କେଟ କମ୍ପ୍ଲେକ୍ସ ବିଧାୟକଙ୍କ ଦ୍ବାରା ଲୋକାର୍ପିତ

ଆଜି କେନ୍ଦ୍ରାପଡାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ଶିଦ୍ଧ ବଳଦେବଜୀଉଙ୍କ ଅଫିସ କାର୍ଯ୍ୟାଳୟକୁ ଲାଗି ହୋଇଥିବା ନୂତନ ମାର୍କେଟ କମ୍ପ୍ଲେକ୍ସର ଶୁଭ ଉଦଘାଟନୀ ଉତ୍ସବ ମାନ୍ୟବର ବିଧାୟକ କେନ୍ଦ୍ରାପଡାଙ୍କ ଦ୍ବାରା କରାଯାଇଛି । ମାର୍କେଟ କମ୍ପ୍ଲେକ୍ସକୁ ବିଧିବଦ୍ଧ ଭାବେ ଆଜି ଲୋକାର୍ପିତ କରିଛନ୍ତି କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀଯୁକ୍ତ ଶଶିଭୁଷଣ ବେହେରା । ଏହି ମାର୍କେଟ କମ୍ପ୍ଲେକ୍ସ ଘର ଗୁଡିକରେ ଲୋକ ବା ସ୍ଥାନୀୟ ବ୍ୟବସାୟୀ ମାନେ ଭଡ଼ାନେଇ ବେପାର,ବଣିଜ କରିପାରିବେ ଓ କିଛି ଲୋକ ବା ବ୍ୟବସାୟୀ ମଧ୍ୟ ତାଙ୍କ ନିଜ ନିଜର ପରିବାରର ଭରଣ ପୋଷଣ କରିବା ସହିତ ତାଙ୍କ ପରିବାରକୁ ପ୍ରତିପୋଷଣ କରି ପାରିବେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭାପତି ଶ୍ରୀଯୁକ୍ତ ମାନସ କୁମାର ପରିଡା ଓ ଯୁବ ବିଜେଡି ରାଜ୍ୟ ସହସମ୍ପାଦକ ଶ୍ରୀଯୁକ୍ତ ରାଜେଶ କୁମାର ପଣ୍ଡା ଏବଂ ପୂର୍ବତନ ପୌରାଧ୍ୟକ୍ଷ ଶ୍ରୀଯୁକ୍ତ ଧୀରେନ୍ କୁମାର ସାହୁଙ୍କ ସମେତ ପୂର୍ବତନ ମୁନିସିପାଲିଟି ଚେୟାରମ୍ୟାନ ଶ୍ରୀମତୀ ରୋସନା ରାଣୀ ସାହୁ, ପୂର୍ବତନ କାଉନ୍ସିଲର ଶ୍ରୀଯୁକ୍ତ ହିରଣ୍ୟ କୁମାର ପଣ୍ଡା ଓ ଆଲୋକ ସାହୁ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ରଖିବା ସହିତ ସମସ୍ତ ସାହାଯ୍ୟ ସହଯୋଗ କରିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here