କୁଖ୍ୟାତ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଘରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ : କଟକ

ଆଜି କମିଶନରେଟ ପୋଲିସର ଏକ ସ୍ୱତନ୍ତ୍ର ଦଳ ଚଢାଉ କରି ଅସ୍ତ୍ରଶସ୍ତ୍ର ଚୋରା ବେପାର କରୁଥିବା ଏକ ଦଳର ସାତ ଜଣ ସଦସ୍ୟଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି । କଟକର କୁଖ୍ୟାତ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭାଇ ମାନଙ୍କ ଦ୍ୱାରା ପରିଚାଳିତ ଏହି ଦଳର ଗିରଫ ହୋଇଥିବା ୭ଜଣ ସଦସ୍ୟ ମାନଙ୍କ ସୂଚନା ଅନୁଯାୟୀ ପୋଲିସ ଧଳସାମନ୍ତ ଘର ଉପରେ ଅତରକିତ ଚଢାଉ କରିଥିଲା ଏବଂ ତାଙ୍କ ଘରୁ ବିପୁଳ ପରିମାଣରେ ବନ୍ଧୁକ ସହିତ ବିଭିନ୍ନ ଗୁଳିଗୋଳା ଜବତ କରିଛି ।ଏହି ଗୁଳି ଗୋଳା ମଧ୍ୟରେ ରହିଛି ୧୬ଟି ଅତ୍ୟାଧୁନିକ ପିସ୍ତଲ ଓ ୨୪ଟି ମ୍ୟାଗାଜିନ ଏବଂ ୧୦୯୫ଟି ଜୀବନ୍ତ ଗୁଳି ଇତ୍ୟାଦି। ଯହା କମିସନେଟ୍ ପୋଲିସ ପକ୍ଷରୁ ଗଣମାଧ୍ୟମକୁ ସୂଚନା ପ୍ରଦାନ କରାଯାଇଛି ।

ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here