ସାଉଁଟା ଫୁଲ ସାହିତ୍ୟ ପତ୍ରିକାର ଉନ୍ମୋଚନୀ ଉତ୍ସବ : କେନ୍ଦ୍ରାପଡା

ଆଜି କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଳକ୍ ଅନ୍ତର୍ଗତ କଣ୍ଟାବଣ ବଡମୋହନପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସାଉଁଟା ଫୁଲ ସାହିତ୍ୟ ପତ୍ରିକାର ଉନ୍ମୋଚନୀ ଉତ୍ସବକୁ ବିଶିଷ୍ଟ କବୟତ୍ରୀ ଏବଂ ଶିକ୍ଷୟତ୍ରୀ ଶ୍ରୀମତୀ ଚାରୁଲତା ଭୂୟାଁଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ସାଉଁଟା ଫୁଲ ଏକ ସୃଜନଶୀଳ ସାହିତ୍ୟ, ସଂସ୍କୃତି ଗବେଷଣା ଧର୍ମୀ ପତ୍ରିକା ବୋଲି ତାର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି । ଏହି ପତ୍ରିକା ସମାଜର ତଳସ୍ତରର ମଣିଷର କଥା ମଧ୍ୟ କହେ । ଏହି ସଂକଳନରେ ପ୍ରବନ୍ଧ, ଗଳ୍ପ ଓ ଉଚ୍ଚ କୋଟିର କବିତା ଓ ଲେଖାମାନ ପ୍ରକାଶିତ ହୋଇଅଛି । ଓଡିଆ ଭାଷା ଓ ସାହିତ୍ୟ କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ସହିତ ଆନ୍ଦୋଳନ ଆଣିଥାଏ ଏହି ପତ୍ରିକା । ଯାହା ଆଗାମୀ ଦିନରେ ଓଡିଶା ବାଣୀ ଭଣ୍ଡାରକୁ ମଧ୍ୟ ରୁଦ୍ଧିମନ୍ତ କରିପାରେ । ସାଉଁଟା ଫୁଲରେ ପ୍ରକାଶିତ ଉତ୍କୃଷ୍ଟ ଲେଖାମାନ ଆଗନ୍ତୁକ ବଂଶଧର ମାନଙ୍କ ପାଇଁ ଆଗାମୀ ଦିନରେ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତକୁ ଗୋଟିଏ ସୂତ୍ରରେ ବାନ୍ଧି ରଖିବାର ଏକ ପ୍ରୟାସ ମାତ୍ର କହିଲେ ମଧ୍ୟ ଅତୁକ୍ତି ହେବ ନାହିଁ । ଏହି ଉତ୍ସବରେ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ପ୍ରଧାନ ସ୍ୱାଗତ ଭାଷଣ ଦେଇଥିବା ବେଳେ ମୂଖ୍ୟ ଅତିଥିଭାବେ ବରିଷ୍ଠ ଆଇନଜିବୀ ଓ ଏକାଧାରାରେ କବି ଏବଂ ସମାଜସେବୀ ଶ୍ରୀଯୁକ୍ତ ପ୍ରଦୀପ୍ କୁମାର ଦାଶଙ୍କ ସମେତ ଦିହୁଡିପୁର ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ଧନଞୟ ସ୍ୱାଇଁ, ବଡପଡା ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ କୈଳାଶ ସିଂ, ବଡମୋହନପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ରବିନ୍ଦ୍ର କୁମାର ବେହେରା, ସମିତି ସଭ୍ୟା ଶ୍ରୀମତୀ କଲ୍ୟାଣୀ ବେହେରା, ବରିଷ୍ଠ ଅଧ୍ୟାପକ ଶ୍ରୀଯୁକ୍ତ ମନୋରଞନ ଆଚାର୍ଯ୍ୟ, ସାମ୍ବାଦିକ ପ୍ରଫୁଲ୍ଲ କୁମାର ଦାସ ଯୋଗଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ, ଶିକ୍ଷକ ଶ୍ରୀଯୁକ୍ତ ଶୁରେସ ଚନ୍ଦ୍ର ବାଇ, ଶିକ୍ଷକ ଶ୍ରୀଯୁକ୍ତ ସତ୍ୟବ୍ରତ ସ୍ୱାଇଁ, ପତିତପାବନ ବେହେରା ଏବଂ ପଞ୍ଚାୟତ ପିଇଓ ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ସାମଲ ପ୍ରମୁଖ ଯୋଗ ଦେଇ ନିଜ ନିଜର ଅତି ମୂଲ୍ୟବାନ ବକ୍ତବ୍ୟ ପ୍ରତିପାଦନ କରିଥିଲେ । ଶେଷରେ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ସନାତନ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1 ଟିଭି  ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here