ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପ କର୍ମଚାରୀ ଠାରୁ ଲୁଟ :

ବୀରମିତ୍ରପୁର ପୌରାଞ୍ଚଳରେ ଥିବା ଫାଣ୍ଡି ନିକଟସ୍ଥ ଇଣ୍ଡିଆନ ଅଏଲ ଲlଲଜୀ ଜୟନାଥ ପେଟ୍ରୋଲ ପମ୍ପରେ କାର୍ଯ୍ୟରତ କର୍ମଚାରୀଠୁ ବନ୍ଧୁକ ମୁନରେ ଲୁଟ । ଉକ୍ତ ପେଟ୍ରୋଲ ପମ୍ପରେ କର୍ମଚାରୀ ଭାବେ ନନ୍ଦକିଶୋର କେଶରୀ କାର୍ଯ୍ୟରତ ଥିବା ବେଳେ କିଛି ଦୁର୍ବୁତ୍ତ ପେଟ୍ରୋଲ ଭରିବା ବାହାନାରେ ଆସି ତାଙ୍କୁ ବନ୍ଧୁକ ସାହାର୍ଯ୍ୟରେ ମୁଣ୍ଡରେ ଜୋର ଆଘାତ ଦେଇ ତାଙ୍କ ନିକଟରେ ଥିବା ସମସ୍ତ ଟଙ୍କl ନେଇ ଫେରାର ହୋଇ ଯାଇଥିଲେ l ଗୁରୁତର କେଶରୀଙ୍କ ମୁଣ୍ଡରେ ଆଘାତ ଲାଗି ପ୍ରବଳ ରକ୍ତ ସ୍ରାବ ହେଉଥିବାବେଳେ ତାଙ୍କୁ ପ୍ରଥମେ ବୀରମିତ୍ରପୁର ସ୍ଥିତ ସରକାରୀ ଚିକିତ୍ସାଳୟକୁ ନେଇ ପ୍ରଥମିକ ଚିକିତ୍ସା କରିବା ପରେ ଅଧିକ ଚିକିତ୍ସା ପାଇଁ ରାଉରକେଲା ସ୍ଥିତ ଆରଜିଏଚକୁ ସ୍ତାନାନ୍ତରିତ କରାଯାଇଥିଲା । ସେଠାରେ ଉପଯୁକ୍ତ ଚିକିତ୍ସା ପରେ ତାଙ୍କ ସ୍ଵାସ୍ଥ୍ୟ ଭଲ ଥିବା ଜଣା ପଡିଛି । ଏ ନେଇ ପେଟ୍ରୋଲ ପମ୍ପ ମାଲିକ ଥାନାରେ ଅଭିଯୋଗ କରିବା ପରେ ପୋଲିଶ ଘଟଣା ସ୍ଥଳରେ ପହଞ୍ଚି ତନକ୍ଷୀ କରିବା ସହ ତଦନ୍ତ ଜାରି ରଖିଛି l ଫାଣ୍ଡି ନିକଟରେ ଅଜଣା ଦୁର୍ବୁତ୍ତ ଦ୍ୱାରା ଲୁଟ ଘଟଣା ସମସ୍ତଙ୍କୁ ଆଚାର୍ଯ୍ୟ କରୁଛି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here