ନିଶାନିବାରଣ କେନ୍ଦ୍ର ର ଜୋର : ପୁରୀ

ଲୋକନାଥ ରୋଡ ର ହାତୀଶାଳ ନିବାସୀ ବସନ୍ତ ଭୋଇ ଙ୍କ ପୁଅ ମାନସ ଭୋଇ ଙ୍କୁ ବାଲିଘାଟ ପୂଜା ମାର୍ବଲ ସାମ୍ନା ନିଶା ନିବାରଣ କେନ୍ଦ୍ର ରେ ପ୍ରାୟ ୬ମାସ ଧରି ଚିକିତ୍ସିତ ଥିଲେ ମାନସ | ଗଲା ତା ୭.୧୨.୨୦୨୦ ରିଖ ଦିନ ନିଶାନିବାରଣ କେନ୍ଦ୍ର ରେ ମାନସ ଭୋଇ ଙ୍କ ଦେହ ଅସୁସ୍ଥ ହୋଇଥିଲା | ଏହାପରେ ନିଶାନିବାରଣ କେନ୍ଦ୍ର ର କତୃପକ୍ଷ ମେଡିକାଲ ନେଇଥିଲେ ଏବଂ ତାଙ୍କୁ ଚିକିତ୍ସିତ କରିଥିଲେ ବୋଲି କହୁଥିବା ବେଳେ ଏହାର କୌଣସି ପ୍ରମାଣ ମିଳିନାହିଁ | ଯେହେତୁ ମାନସ ଙ୍କ ନିଶାନିବାରଣ କେନ୍ଦ୍ର ରେ କିଛି ଵକେୟା ରାଶି ବାକି ଥିଲା ସେଥିପାଇଁ ମାନସ ଙ୍କ ପରିବାର ବର୍ଗ ଙ୍କୁ କେନ୍ଦ୍ର ର ଅଧିକାରୀ ବାରମ୍ବାର ରାଶି ପୈଠ କରିବାକୁ ଜୋର କରୁଥିଲେ | ୭ତାରିଖ ରେ ମାନସ ଙ୍କ ଦେହ ଖରାପ ଖବର ପାଇ ଯେତେବେଳେ ପରିବାର ଲୋକ ମେଡିକାଲ ରେ ପହଞ୍ଚିଥିଲେ, ସେତେବେଳେ ମେଡିକାଲ ରୁ ମାନସ ଙ୍କୁ ପୁନଶ୍ଚ ନିଶାନିବାରଣ କେନ୍ଦ୍ର କୁ ଫେରାଇ ନିଆଯାଇଥିଲା | କିନ୍ତୁ ଭିଡ଼ିଓ ଦେଖିଲେ ଜଣାପଡୁଛି କି ମାନସ ସମ୍ପୂର୍ଣ୍ଣ ଭଲ ନହୋଇଥିବ ବେଳେ ତାଙ୍କୁ ମେଡିକାଲ ରୁ ଅଣାଯାଇଥିଲା | ସେ ଭଲ ରୂପେ ଏକା କି ସିଡ଼ି ଚଢି ପାରୁନଥିଲେ  ଏବଂ ସିଡ଼ି ଚଢି ହଟାତ ବସିପଡିବା ଦୂର୍ଷ୍ୟ ମଧ୍ୟ ଅଛି | ଏଥିରୁ ସ୍ପଷ୍ଟ ବାରି ହଉଛି କି ମାନସ ର ପରିବାର ୬୦୦୦ଟଙ୍କା ନଦେଇଥିବା ହେତୁ ମାନସ ଙ୍କ ଚିକିତ୍ସା ରେ ଅବହେଳା କରାଯାଇଥିଲା ଏଥିପାଇଁ ତା ୮.୧୨.୨୦୨୦ ରିଖ ଦିନ ମାନସ ଙ୍କ ଦେହାନ୍ତ ଘଟିଥିଲା | ଆଜି ତା୧୧.୧୨.୨୦୨୦ରିଖ ପରିବାର ଙ୍କୁ ନାୟ ଦେବା ଦାବିରେ ପୁରୀ କୋଣାର୍କ ମୁଖ୍ୟ ରାସ୍ତା କୁ ଅବରୋଧ କରାଯାଇଥିଲା | ଏହାପରେ କୌଣସି ସମାଧାନ ର ପ୍ରତିଶୃତି ମିଳିନଥିଲେ ବି ପୁରୀ ସିଟି ଡିଏସ୍ପି ଘଟଣା ସ୍ଥଳ ରେ ପହଞ୍ଚି  ବୁଝେଇବାକୁ ଚେଷ୍ଟା କରିଥିଲେ | ଯୁବ କଂଗ୍ରେସ ନେତା ଆଲୋକ କୁମାର ଦାଶ ଓ ଛାତ୍ର କଂଗ୍ରେସ ନେତା ଆଶୁତୋଷ ମିଶ୍ର ଙ୍କ ସଭାପତିତ୍ୱ ରେ ରାସ୍ତା ଅବରୋଧ ମାନସ ଙ୍କ ପରିବାର ଲୋକ କରିଥିବା ବେଳେ ସିଟି ଡିଏସ୍ପି ଙ୍କ ବୁଝା ସୁଝା ରେ ରାସ୍ତା ଅବରୋଧ ଭାଙ୍ଗି ଜ଼ିଲ୍ଲା ଆରକ୍ଷୀ ଅଧିକାରୀ ଙ୍କୁ ଭେଟିବାକୁ ଏକ ଟିମ କରାଯାଇଥିଲା ଯୋଉଥିରେ ମାନସ ଭୋଇ ଙ୍କ ମା ,ବାବା ,ପିଇସୀ,ଖୁଡି ଓ ଅନ୍ୟ ପରିବାର ବର୍ଗ ଙ୍କ ସହ ଜ଼ିଲ୍ଲା ଯୁବ କଂଗ୍ରେସ ନେତା ଆଲୋକ କୁମାର ଦାଶ ଓ ଛାତ୍ର କଂଗ୍ରେସ ଜ଼ିଲ୍ଲା ସଭାପତି ଆଶୁତୋଷ ମିଶ୍ର ଆରକ୍ଷୀ ଅଧିକାରୀ ଙ୍କୁ ଭେଟି ନାୟ ପ୍ରଦାନ ପାଇଁ ଦାବି ଶୁଣାଇଥିଲେ | ଆରକ୍ଷୀ ଅଧିକାରୀ ମହୋଦୟ ଘଟଣା କୁ ତଦନ୍ତ ପାଇଁ ସିଟି ଡିଏସ୍ପି ଙ୍କୁ ଦାଇତ୍ୱ ଦେବା ସହ ଗରିବ ମାନସ ଙ୍କ ପରିବାର କୁ ମାନସ ଙ୍କ ଶୁଦ୍ଧିକ୍ରିୟା ପାଇଁ ପୁରୀ ତହସିଲଦାର ଜରିଆରେ ରେଡକ୍ରସ ପାଣ୍ଠି ରୁ ୧୦ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିଲା | ପୁରୀ ଯୁବ କଂଗ୍ରେସ ନେତା ମାନସ ଙ୍କ ପରିବାର ଙ୍କୁ ନେଇ ମାନବ ଅଧିକାର କମିଶନ ଙ୍କ ଦ୍ୱାରସ୍ଥ ହେବାକୁ ମାନସ ଭୋଇ ଙ୍କ ପରିବାର ଙ୍କୁ ପ୍ରତିଶୃତି ଦେଇଛନ୍ତି |

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here