ରାଜଗାଙ୍ଗପୁର ଟ୍ରକ ମାଲିକ ସଂଘ ନିର୍ବାଚନ ରେ ଅନିୟମିତତାର ଅଭିଯୋଗ କଲେ ପ୍ରତିଦ୍ବନ୍ଦୀ :

ରାଜଗାଙ୍ଗପୁର ଟ୍ରକ ମାଲିକ ସଂଘ ନିର୍ବାଚନ ରେ ଅନିୟମିତତାର ଅଭିଯୋଗ କଲେ ପ୍ରତିଦ୍ବନ୍ଦୀ ।
୯ ତାରିଖ ବୁଧବାର ଦିନ ହୋଥିବା ନିର୍ବାଚନରେ ଅନିୟମିତତା ହେଇଥିବାର ଅଭିଯୋଗ ଆଣିଛନ୍ତି । ନିର୍ବାଚନରେ ଭାଗ ନେଇଥିବା ପ୍ରତିଦ୍ବନ୍ଦୀ ମାନେ ନିର୍ବାଚନ ଅଫିସର ଉପେନ୍ଦ୍ର ପ୍ରଧାନଙ୍କ ନିକଟରେ କାର୍ଯ୍ୟକାରୀ ସଭାପତି ଭାବରେ ପ୍ରତିଦ୍ବନ୍ଦୀ ରାମକିଶନ ଜୈସୱାଲ ଅଭିଯୋଗ କରିଛନ୍ତି ଜେ ୨ ଜଣ ସଦସ୍ୟ ତାଙ୍କ ନିକଟରେ ଅଭିଯୋଗ କରିଥିଲେ ଜଣେ ସଦସ୍ୟଙ୍କୁ ୮ ଟି ବେଲେଟ ପେପର ମିଳିବା ଜାଗାରେ ୧୦ଟି ଲେଖାଏଁ ମିଳିଛି । ହୁଏତ ଆହୁରି କେତେକ ଜଣକୁ ମିଳିଥିବ ଯେହେତୁ ମୁଁ ଖୁବ କମ ଭୋଟରେ ପରାସ୍ତ ହୋଇଛି , ମାତ୍ର ୫ଟି । ଯଦି ପୁନର୍ବାର ଗଣତି କରାଯାଏ ତାହେଲେ ମୋ ମନକୁ ସନ୍ତୁଷ୍ଟି ମିଳିବ । ହୁଏତ ମୁଁ ବିଜୟ ହେବି ଏବଂ ମୁଁ ଚିର ଋଣୀ ହୁଅନ୍ତି ବୋଲି ପ୍ରକାଶ କରିଛନ୍ତି । ସେହି ଭଳି ଉପ ସଭାପତି ଭାବେ ଛିଡାହୋଇଥିବା ପ୍ରତିଦ୍ବନ୍ଦୀଙ୍କ ଅଭିଯୋଗ ଯେ ନିର୍ବାଚନ ଶେଷରେ ସମସ୍ତ ପ୍ରତିଦ୍ବନ୍ଦୀ ମାନଙ୍କ ହସ୍ତାକ୍ଷର ନେଇଥିଲେ । କିନ୍ତୁ ଗଣତି ସମୟରେ ଉପସଭାପତି ପ୍ରତିଦ୍ବନ୍ଦୀ ମାନଙ୍କର ହସ୍ତାକ୍ଷର ନାହିଁ ।ବିହାରର ସିଵାନ ଜିଲ୍ଲାର ତର୍କ ଦେଇ କହିଥିଲେ ପ୍ରଥମେ ଗଣତିରେ ବିଜୟ ହୋଇଥିବା ପ୍ରତିନିଧି ପୁନର୍ବାର ଗଣତିରେ ସେ ପରାସ୍ତ ହୋଇଥିଲେ ଓ ନିର୍ବାଚନ ଅଫିସର ଉପେନ୍ଦ୍ର ପ୍ରଧାନଙ୍କ ମତଅଛି । ନିର୍ବାଚନ ଅଫିସର ମାନଙ୍କ ସହ ଯୋଗାଯୋଗ କରାଯାଇଛି ଏବଂ ଯେଉଁମାନେ ଅଭିଯୋଗ କରିଥିବା ପ୍ରତିଦ୍ବନ୍ଦୀ ପ୍ରାର୍ଥୀ ମାନଙ୍କୁ ସୂଚନା ଦେବା ଏବଂ ପୁନର୍ବାର ଗଣତି କରାଯିବ ବୋଲି ପ୍ରତି ଶ୍ରୁତି ଦେଇଛନ୍ତି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here