ଆସିପାରିଲାନି ଆମ୍ବୁଲାନ୍ସ , ଶଗଡ଼ରେ ବୁହା ହେଲେ ରୋଗୀ

ନବରଙ୍ଗପୁର : ରାସ୍ତା ନ ଥିବାରୁ ଏହାର ଅଧିକ ପରିଣାମ ଭୋଗିବାକୁ ପଡ଼ୁଛି ରୋଗୀ ତଥା ସେମାନଙ୍କ ସମ୍ପର୍କୀୟଙ୍କୁ । ପୂର୍ବରୁ ଭାରରେ ତଥା କାନ୍ଧରେ ରୋଗୀ ମାଇଲ ମାଇଲ ବାଟ ବୁହା ହେଉଥିବା ବେଳେ ଏବେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର।

ଏପରି  ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ପାଟଖଲିଆ ଅଞ୍ଚଳରେ।  ଏହି ଅଞ୍ଚଳକୁ ସ୍ଥାୟୀ ରାସ୍ତା ନ ଥିବାରୁ ବିଲ ହିଡ଼ ପାଣି କାଦୁଅ ଭିତରେ ଶଗଡ଼ରେ ବୁହା ହେଉଛନ୍ତି ରୋଗୀ । ସରକାର ଦୁଃଖ ଶୁଣୁ ନ ଥିବାରୁ ଏଠାରେ ଶଗଡ଼ ସାଜିଛି ଭରସା।  

ସୂଚନାଯୋଗ୍ୟ, ପାଟଖଲିଆ ଅଞ୍ଚଳକୁ ଭଲ ରାସ୍ତା ଖଣ୍ଡେ ନ ଥିବାରୁ ଆମ୍ବୁଲାନ୍ସ ଯିବା ସମ୍ଭବ ହୋଇପାରେ ନାହିଁ। ଏହି ଗାଁର ୩ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ   ହୋଇଥିବା ବେଳେ ସେମାନଙ୍କୁ ମେଡିକାଲ ନେବାକୁ ପ୍ରଥମେ ଆମ୍ବୁଲାନ୍ସକୁ ଫୋନ୍ କରାଯାଇଥିଲା । ମାତ୍ର ରାସ୍ତା ଭଲ ନ ଥିବାରୁ ଆମ୍ବୁଲାନ୍ସ ଆସିପାରିଲାନି। ଏହାପରେ ଗାଁ ଲୋକେ ଉକ୍ତ ୩ ରୋଗୀଙ୍କୁ ଶଗଡ଼ରେ ବୋହି ଡାକ୍ତରଖାନା ଅଭିମୁଖେ ବାହାରିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here