ଦେବୀ ନଦୀ ରେ ବନ୍ଧ ଫାଟ ସୃଷ୍ଟି, ପରିଦର୍ଶନ କଲେ ବିଧାୟକ ଓ ଜିଲ୍ଲାପାଳ : ଜଗତସିଂହପୁର

ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ନାଉଗାଁ ବ୍ଲକ ର ଦେବୀ ନଦୀ କୁଳରେ ରେ ସରକାର ଙ୍କ ଦ୍ୟାରା ନିର୍ମାଣ ହେଉଥିବା 100 କୋଟି ରୁ ଉର୍ଦ୍ଧ ଏକ ପାନୀୟ ଜଳ ପ୍ରକଳ୍ପ ଯାହାକି ଜଗତସିଂହପୁର ଜିଲ୍ଲା ର ଏରସମା ଅଞ୍ଚଳ କୁ ଜଳ ଯୋଗାଇଦେବ । କିନ୍ତୁ ଦୁଃଖ ର ବିଷୟ ହେଉଛି ଏହି ପ୍ରକଳ୍ପ ନିର୍ମାଣ ହେଉଥିବା ସମୟରେ ଉକ୍ତ ନଦୀ ବନ୍ଧ ରେ ଏକ ଫାଟ ସୃଷ୍ଟି ହୋଇଛି, ଯାହାକି ଉଭୟ ନାଉଗାଁ ଓ ଜଗତ୍ସିଂହପୁର ବ୍ଲକ ର ଅନେକ ପଞ୍ଚାୟତ ଭାସି ଯିବାର ସମ୍ଭାବନା ରହିଛି। ଏହି ପ୍ରକଳ୍ପ ତିଆରି ହେଉଥିବା ସମୟରେ ବ୍ଲକ ବାସୀ ଏହାକୁ ଘୋର ବିରୋଧ କରିଥିଲେ। ପ୍ରଶାସନ ପକ୍ଷରୁ କୁହାଯାଇଥିଲା ଯେ କୌଣସି କ୍ଷତି ହେବ ନାହିଁ ବୋଲି, କିନ୍ତୁ ବର୍ତ୍ତମାନ୍ ବନ୍ଧ ରେ ଫାଟ ସୃଷ୍ଟି ହୋଇଥିବାରୁ ଏହାକୁ ବ୍ଲକ ବାସୀ ଘୋର ବିରୋଧ କରିଥିଲେ। ଆଜି ଜଗତସିଂହପୁର ଜିଲ୍ଲା ର ଜିଳ୍ଲାପାଳ ସରୋଜ କୁମାର ମିଶ୍ର ଓ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ନାଉଗାଁ ବିଡିଓ ରଶ୍ମି ରେଖା ମଲ୍ଲିକ, ତହସିଲଦାର ଯେ. କଳ୍ପନା , ନାଉଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସ ଓ ଜଳ ସମ୍ପଦ ବିଭାଗ ଏବଂ ପାନୀୟ ଓ ପରିମଳ ବିଭାଗର ଉଚ୍ଚ ପଦସ୍ଥ କର୍ମଚାରୀ ଆସି ଘଟଣା ସ୍ଥଳରେ ପହଞ୍ଚି ପରିଦର୍ଶକ କରିଥିଲେ ଓ ସ୍ଥାୟୀ ବନ୍ଧ ପାଇଁ ପ୍ରତିଶୁତି ଦେଇଥିଲେ, ଏହି ସ୍ଥାୟୀ ବନ୍ଧ ଯଦି ଦୁଇ ଦିନ ମଧ୍ୟରେ କାର୍ୟ ନହୁଏ ଏଠାରେ ଆନ୍ଦୋଳନ କରିବେ ବୋଲି ବ୍ଲକ ବାସୀ କହିଥିଲେ ।


ଜଗତସିଂହପୁର ଜିଲ୍ଲାର ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋର୍ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here