କେନ୍ଦ୍ରାପଡା ଯମଧର ଗ୍ରାମର ନିୟନ୍ତ୍ରିତ ବଜାର କମିଟି ପରିସରରେ ଖୋଲିଲା ନୂର୍ତନ ପରିବା ମଣ୍ଡି

ଆଜି କେନ୍ଦ୍ରାପଡା ବ୍ଲକ୍ ଅନ୍ତର୍ଗତ ଯମଧର ଗ୍ରାମ ପଞ୍ଚାୟତର ନିୟନ୍ତ୍ରିତ ବଜାର କମିଟି ପରିସରରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଏକ ନୂତନ ପରିବା ମଣ୍ଡି ବା ହାଟ ଖୋଲା ଯାଇଥିବା ଜଣାପଡିଛି । ଜନସାଧାରଣ ମାନଙ୍କ ସୁବିଧା ବା ସାଧାରଣ ଜୀବନ ଚର୍ଯ୍ୟାର ପ୍ରଗତି ଓ ଉନ୍ନତି ନିମନ୍ତେ ସରକାର ବିଭିନ୍ନ ପ୍ରକାର ଯୋଜନା ପରେ ଯୋଜନା ମାନ ପ୍ରଣୟନ କରି ଚାଲିଛନ୍ତି । ସେହିପରି ରାଜ୍ୟ ସରକାର ବା କେନ୍ଦ୍ର ସରକାର ହୁଅନ୍ତୁ ସମସ୍ତ ଜିଲ୍ଲା ମାନଙ୍କରେ ଚାଷୀ ବା ବ୍ୟବସାୟୀ ମାନଙ୍କ ପାଇଁ ଦୈନାଦିନ ଖାଉଟି ପରିବା ମଣ୍ଡି ବା ହାଟର ବ୍ୟବସ୍ଥା କରିଛନ୍ତି । ଏହି ସ୍ଥାନରୁ ଜିଲ୍ଲାର ସମସ୍ତ ବ୍ୟବସାୟୀ ମାନେ ପରିବା ଆମଦାନି ବା ରପ୍ତାନୀ କରିବା ସହିତ ଚାଷୀ ଭାଇମାନେ ନିଜ ବାଡି ବଗିଚା ରେ ନିଜେ କରୁଥିବା ଚାଷ କ୍ଷେତ ବା ବିଲରେ ନିଜର ଲହୁ ଲୁହ ବୁହାଇ ମୁଣ୍ଡ ଝାଳ ତୁଣ୍ଡରେ ମାରି ଖରା ବର୍ଷା ଓ ଶୀତ କାକରରେ ହାଡ ଭଂଗା ପରିଶ୍ରମ କରି ଯେଉଁ କିଛି ପରିବା ବା ଫସଲ ଅମଳ କରୁଛି, ସେ ସବୁକୁ ଉଚ୍ଚିତ୍ ମୂଲ୍ୟରେ ଦରରେ ସେସବୁକୁ ବିକ୍ରୟ କରି ପାରିବ । ସେହିପରି ଏକ ପରିବା ହାଟ ବା ମଣ୍ଡି ଖୋଲିବା ଦ୍ୱାରା ସ୍ଥାନୀୟ ଅଞ୍ଚଳର ହଜାର ହଜାର ଚାଷୀ ଭାଇମାନେ ଉପକୃର୍ତ ହୋଇ ପାରିବେ ଏବଂ ଦୂର ଦୂରାନ୍ତରକୁ ନଯାଇ ଉକ୍ତ ମଣ୍ଡି ବା ହାଟରୁ ସମସ୍ତ ପନିପରିବା ସହିତ ଘରକରୋଣା ଜିନିଷ ବା ଉପକରଣ କ୍ରୟ କରିପାରିବେ । ତେବେ ଆସନ୍ତୁ ଶୁଣିବା ଉକ୍ତ ମଣ୍ଡି ଖୋଲାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଓ ପରିବା ବେପାରୀଙ୍କ ସହିତ ଖାଉଟି ମାନେ କଣ ଓ କିପ୍ରକାର ପ୍ରତିକ୍ରିୟା ସିଧା ସଳଖ ଗଣମାଧ୍ୟମ ଆଗରେ ରଖୁଛନ୍ତି ଶୁଣିବା ସେମାନଙ୍କ ମୁହଁରୁ ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1 ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here