ସ୍କୁଲ ଉଠିବା ଖବରଶୁଣି ଗ୍ରାମବାସୀଙ୍କ ନିକଟରେ ଉତ୍ତେଜନା : କୋରାପୁଟ

ଦଶମନ୍ତପୁର[ ୧୦/୧୨/୨୦]: କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଳକ ଅନ୍ତର୍ଗତ ଚିକାମ୍ବ ପଞ୍ଚାୟତ ସ୍ଥିତ ଡକାମରା ଗ୍ରାମର ସ୍କୁଲ ଉଠିବା ଖବର ଶୁଣି ଗ୍ରାମବାସୀମାନେ ତୀବ୍ରତା ସହ ଉତ୍ତେଜନା ମୁଳକ ହୋଇ ଥିବାର ଦେଖିବାକୁ ମିଳିଛି। ସରକାରଙ୍କ କହିବା ଅନୁସାରେ ଯେଉଁ ସ୍କୁଲରେ କମ୍ ପିଲା ଅଛନ୍ତି ସେହି ସ୍କୁଲ ବନ୍ଦ କରିବା ନିମନ୍ତେ ଆଦେଶ ଦେଇଥିବା ବେଳେ ସେଥିରେ ଡକାମରା ସ୍କୁଲ ମଧ୍ୟ ଯାଉଥିବାରୁ ଆଜି ଡକାମରା ସ୍କୁଲ ବାଦ୍ ନ କରିଏହାକୁ ଚଲାଇବା ନିମନ୍ତେ ଗ୍ରାମବାସୀ ମାନେ ମିଳିତ ଭାବେ ପଦକ୍ଷେପ ନେଇଥିବାର ଦେଖିବାକୁ ମିଳିଛି। ଗ୍ରାମବାସୀଙ୍କ କହିବା ଅନୁସାରେ ୮୫ ପରିବାର ବସବାସ କରି ଆସୁଅଛୁ, ହେଲେ ଆମ ଗ୍ରାମର ସ୍କୁଲ ବନ୍ଦ କରାଯିବ ତାହା ହେଲେ ନିରୀହ ଆଦିବାସୀ ଗରିବ ଲୋକମାନେ କଷ୍ଟରେ ପରିବାର ପ୍ରତିପୋଷଣ ହେଉଥିବା ବେଳେ ଆଉ ପିଲାଙ୍କୁ ଦୂର ସ୍କୁଲ ରେ ଛାଡି ପାରିବୁ ନାହିଁ ବୋଲି ରୋକଠୋକ ମନା କରି ଥିବା ର ଦେଖିବାକୁ ମିଳିଛି। ଯିଦି ଆମ ସ୍କୁଲକୁ ସରକାର ଉଠାଇବେ ତେବେ ଆଗାମୀ ଦିନମାନଙ୍କରେ ବିଇଓ ଓଫିସ ଘେରାଉ କରିବା ସହ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ ଜାରି କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଏଥି ପାଇଁ ଆମେ ସ୍କୁଲ ଡକାମରା ବନ୍ଦ ନକରି ଚାଲୁରଖିବା ଓଆର୍ଡମେମ୍ବର ସିନ୍ଦୁ ପରଜା, ଆଶା ଉର୍ମିଲା ଚେଟୀ, ସ୍କୁଲ ଚେୟାରମାନ୍ ସୁଦର୍ଶନଙ୍କ ସହ ବାସନ୍ତୀ କନ୍ଧ,ଅଖିଳ ଜାନୀ, ନିରଜାନୀ, ବକ୍ସି ମୁଦୁଲି, ପ୍ରେମା ସାଉନ୍ତା, ପ୍ରିଆବତୀ ବାଘ, ଗପେଷ ବାଘ, ଲୁମେଶ୍ବର ପରଜା ପ୍ରେମକାରି ବାଘ, ନୀର ମୁଦୁଲି ,ଖଗପତି ଜାନୀ, ବିଡିଓ ଜାନୀ, ବିଦ୍ୟା ସାଉନ୍ତା,ଲୁକା ଜାନୀ, ଅନ୍ତରାମ ଜାନୀ,ଏବଂ ଗ୍ରାମବାସୀ ମାନେ ଗୁରୁତ୍ୱପୂର୍ଣ୍ଣ ଭାବେ ଉପସ୍ଥାପନ କରିଛନ୍ତି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here