ଏସପିଙ୍କ ଉଦ୍ଦେଶ୍ୟରେ ଯୁବ କଂଗ୍ରେସ ପକ୍ଷରୁ ଦାବୀ ପତ୍ର :

୫ ଦଫା ଦାବି ନେଇ ରାଉରକେଲା ସହରରେ ଏସପିଙ୍କ କାର୍ଯ୍ୟଳୟରେ ଅତିରିକ୍ତ ଏସପିଙ୍କୁ ଯୁବ କଂଗ୍ରେସ ପକ୍ଷରୁ ଏକ ଦବୀ ପତ୍ର ଦିଆଯାଇଥିଲା । ରାଉରକେଲା ସହରର ପ୍ଲାଣ୍ଟ ସାଇଟ ଥାନା ଅଧିନରେ ଥିବା ଅଞ୍ଚଳଗୁଡ଼ିକରେ ଅନେକ ଅସାମାଜିକ କାମ ଏବଂ ନିଶାଦ୍ରବ୍ଯ କାରବାର ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ପ୍ଲାଣ୍ଟ ସାଇଟ ଥାନା ଅଧିକାରୀଙ୍କ ଦ୍ବାରା ଏହା ଉପରେ କୌଣସି ଆଖି ଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଏହା ସହ ଜଣେ କାର୍ଯ୍ୟରତ ପୋଲିଶ ବିନା ମାକ୍ସରେ କାର୍ଯ୍ୟ କରୁଥିବାରୁ ଏହା ସମ୍ପୂର୍ଣ୍ଣ କୋରନା ନିୟମକୁ ଉଲଂଘନ କରାଯାଇଛି ବୋଲି ଯୁବ କଂଗ୍ରେସ ସଭାପତି ପ୍ରବୋଦ ଦାସ ମତବ୍ୟକ୍ତ କରିଛନ୍ତି । ସେ ନେଇ ଏସପିଙ୍କ କାର୍ଯ୍ୟଳୟରେ ଏସପିଙ୍କ ଅନୁପସ୍ଥିତିରେ ଅତିରିକ୍ତ ଏସପିଙ୍କୁ ଦାବୀ ପତ୍ର ଦେବା ସହ ପ୍ଲାଣ୍ଟ ସାଇଟ ଥାନା ଅଧିକାରୀ ଓ ଏସ ଆଇଙ୍କୁ ବଦଳି ପାଇଁ ଦାବି କରିଥିଲା ଯୁବ କଂଗ୍ରେସ । ଯଦି ଏହା ଉପରେ ଦୁଇ ସପ୍ତାହ ମଧ୍ୟରେ କୈ।ଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ ତେବେ ବାଧ୍ୟ ହୋଇ ଯୁବ କଂଗ୍ରେସ ଦଳ ରାଜ ରସ୍ତାକୁ ଓହ୍ଲାଇବା ସହ ଏସପିଙ୍କ କାର୍ଯ୍ୟଳୟ ଘେରାଉ କରିବାକୁ ଚେତାବନୀ ଦେଇଛି ଯୁବ କଂଗ୍ରେସ ବୋଲି ଉକ୍ତ ଦାବୀ ପତ୍ରରେ ଉଲ୍ଲେଖ ଅଛି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here