ନିଆଁ ଲାଗି ଜଳିଗୋଲା ଦୋକାନ,ଦମକଳ ପହଁଚିବା ଆଗରୁ ଚୁରମାର ହେଇଯାଇଥିଲା ଗରିବଙ୍କ ଦୋକାନ : କୋରାପୁଟ

କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ ଅନ୍ତର୍ଗତ ଢେପାଗୁଡା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି ,ଯାହାକି ଆଜି ଦିନ ୧୨ ଟା ସମୟରେ ଏହି ଘଟଣା ଘଟିଥିବା ଦେଖିବାକୁ ମିଳିଛି ! ଘୋଟଣା ରୁ ଜଣାପଡିଛି କି ଦୋକାନ ର ହଜାର ହଜାର ଟଙ୍କା ର କିରାନୀ ଜିନିଷ , ଫାଷ୍ଟ ଫୁଡ ଭଳି ନିଜ ପରିବାରର କିଛି ଆଧାର କାର୍ଡ ,ବ୍ୟଙ୍କ ପାସବୁକ ,ଭଳି ମୁଖ୍ୟ ଡକୁମେଣ୍ଟ ଏବଂ ଦୋକାନ ସାମଗ୍ରୀ ନିଆଁରେ ଜଳି ପାଉଁଶ ହେଇଥିବା କହିଛନ୍ତି !ସ୍ଥାନୀୟ ବାସିନ୍ଦା ଅଂଚଳପୁର ଗ୍ରାମବାସୀ ପ୍ରଦୀପ ସିରିକା ଏବଂ ଢେପାଗୁଡା ବାସିନ୍ଦା ଯୁଧିଷ୍ଠିର ମହାରଣା ଏବଂ ଅଜୟ ମଣ୍ଡିଙ୍ଗ ଙ୍କ କୁକୁଡ଼ା ଦୋକାନ ପୋଡିଯାଇଥିବା ସୂଚନା ମିଳିଛି , ହେଲେ ଘୋଟଣା ଘୋଟିବା ସମୟରେ ହିଁ ତୁରନ୍ତ ୧୧୨ ଯୋଗେ ଫାଇର ଷ୍ଟେସନ କୁ ଯୋଗାଯୋଗ କରାଯାଇଥିଲା କିନ୍ତୁ ଯୋଗ ହେଇପାରିନଥିବା ହେତୁ ଅନ୍ୟ ବ୍ୟକ୍ତି ଯୋଗେ ଖବର ପହଞ୍ଚିଥିଲା , ଦମକଳ ଗାଡ଼ି ସହିତ ଟିମ ପହଞ୍ଚିବା ପୂର୍ବେ ହିଁ ଦୋକାନ ଜଳିପଡ଼ି ପାଉଁଶ ହୋଇଯାଇଥିଲା ! ଘୋଟଣା ସ୍ଥଳେ ସ୍ଥାନୀୟ ତହସିଲ କୁ ଅବଗତ କରାଇ ଘୋଷଣା ର ତନାଘନା କରାଯାଇଥିଲା ,ହେଲେ ଦୋକାନ କରି କିଛି ଉପାର୍ଜନ କରି ନିଜର ପରିବାର ପୋତିପୋଷଣ କରୁଥିଲେ ଦୋକାନୀ !ଏଣୁ କ୍ଷତି ସହିଥିବା ପରିବାର ତୁରନ୍ତ କ୍ଷତିପୂରଣ ଦାବି କରିବା ସହିତ ସରକାରୀ ସହାୟତା ମଧ୍ୟ ଦାବି କରିଛନ୍ତି !

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here