ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ : ଜଗତସିଂହପୁର

ଜଗତସିଂହପୁର ଜିଲା ସଦର ଥାନା ହାଟ ବଜାର ଅଞ୍ଚଳରେ ଜଣେ ଭିନ୍ନକ୍ଷମ ବାଳିକାକୁ ଦୁଷ୍କର୍ମ ହୋଇଥିବାର ଅଭିଯୋଗ ହୋଇଛି ।ଅଭିଯୋଗ ପାଇବା ପରେ ସଦର ପୋଲିସ ଅଭିଯୁକ୍ତ ବଙ୍ଗାଳି ସାହି ଗାଁର ଅଟୋ ଚାଳକ ଗୋରା ଓରଫ ଗୁରୁପଦ ମାନ୍ନାକୁ ଗିରଫ କରିବା ସହିତ ଅଭିଯୁକ୍ତ ଓ ପିଡିତା ଙ୍କୁ ଡାକ୍ତରୀ ମାଇନା ପାଇଁ ପଠାଇ ତଦନ୍ତ ଚଲାଇଛି । ପିଡିତା ଜଣେ ଭିନ୍ନକ୍ଷମ ହୋଇଥିବାରୁ ତାଙ୍କୁ ଡାକ୍ତରୀ ମାଇନା ପାଇଁ କଟକ ପଠା ଯାଇଛି । ପିଡିତାଙ୍କର ମାଆଙ୍କ ଅଭିଯୋଗ ଅନୁସାରେ ଗତକାଲି ରାତିରେ ଘର ନିକଟସ୍ଥ ଅଟୋ ଚାଳକ ଗୁରୁପଦ ମାନ୍ନା ତାଙ୍କ ପୁଅ ଠାରୁ ମାଗିକରି ନେଇଥିବା ସାଇକେଲ ଫେରେଇବା ପାଇଁ ତାଙ୍କ ଘରକୁ ଆସି ଥିଲା । ଘରେ କେହି ନଥିବାର ସୁଯୋଗ ନେଇ ଏକାକୀ ଥିବା ତାଙ୍କର ଭିନ୍ନକ୍ଷମ ନାବାଳିକା ଝିଅକୁ ଦୁଷ୍କର୍ମ କରି ଫେରାର ହୋଇ ଯାଇଥିଲା । ତେବେ ମାଆ ଘରକୁ ଫେରିବା ପରେ ପିଡିତା ତାଙ୍କ ଆଗରେ ଠାରି କରି ସବୁ କଥା ଜଣାଇବା ପରେ ପିଡିତାଙ୍କର ମାଆ ଥାନାରେ ଏ ବାବଦରେ ଏତାଲା ଦେଇଥିଲେ ।ତେବେ ଏ ବାବଦରେ ପିଡିତାଙ୍କ ପରିବାର ପକ୍ଷରୁ କ୍ୟାମେରା ଆଗରେ କିଛି କହିବା ପାଇଁ ରାଜି ହୋଇ ନଥିଲେ।ତେବେ ଜଗତସିଂହପୁର ପୋଲିସ ଗୁରୁପଦ ମାନ୍ନା କୁ କୋର୍ଟ ଚାଲାଣ କରିଥିବା ଥାନାଅଧିକାରୀ ରଜନୀକାନ୍ତ ମିଶ୍ର ସୂଚନା ଦେଇଛି।

ଜଗତସିଂହପୁର ରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋର୍ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here