ଶିକ୍ଷକ ଅପହରଣ ମାମଲାରେ ୪ ଗିରଫ,ଜଣେ ଫେରାର : ଜଗତସିଂହପୁର

ଜଗତସିଂହପୁର(ଏରସମା ବ୍ଲକ )୯.୧୨.୨୦: ରଘୁନାଥପୁର ବ୍ଲକ ଏରଡଙ୍ଗା ପଞ୍ଚାୟତ ବ୍ରାହ୍ମଣ ବାଡି ଗ୍ରାମର ଶିକ୍ଷକ ରବିନାରାୟଣ ମିଶ୍ର ଅପହରଣ ମାମଲାରେ ୪ ଜଣ ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରି ସୋମବାର ଦିନ କୋର୍ଟ ଚାଲାଣ କରିଛି ।ସୂଚନା ମୁତାବକ ଗତ ଦୁଇ ତାରିଖ ରାତି ୯:୩୦ ମିନିଟ୍ ରେ ନାଲିବରରୁ ନାଳବନ୍ଧ ଦେଇ ଘରକୁ ଯିବା ବାଟରେ ରବି ନାରାୟଣଙ୍କୁ ଦୁଇଜଣ ଯୁବକ ଅପହରଣ କରିନେଇଥିଲେ। ତାଙ୍କୁ ମୁଣ୍ଡ ଜାମିନ ରଖି ୧୦ ଲକ୍ଷ ଟଙ୍କା ଦେଲେ ଛାଡିଦେବେ ବୋଲି ପରିବାର ଲୋକଙ୍କୁ ଶ୍ରୀ ମିଶ୍ରଙ୍କ ମୋବାଇଲ ଫୋନରୁ ଜଣାଇଥିଲେ । ତେବେ ଏତେ ଟଙ୍କା ଦେବାକୁ ଆମେ ସକ୍ଷମ ନୁହଁ କହିବାରୁ ମୁଣ୍ଡରେ ବନ୍ଧୁକ ଲଗାଇ ମାରିଦିଆଯିବାର ଧମକ ଦେଇଥିଲେ ଅପହର୍ତ୍ତା ଯୁବକ ଦ୍ବୟ। ଶ୍ରୀ ମିଶ୍ରଙ୍କ ମୁହଁରେ ପଟି ବାନ୍ଧି ଏକ ଟାଟା ମାକ୍ସିମା ଗାଡିରେ ରାତିସାରା ଏଣେ ତେଣେ ବୁଲାଇ ଶେଷରେ ଗୋଟିଏ ମଶାଣିକୁ ନେଇ ଯାଇଥିଲେ । ଅପହର୍ତ୍ତାଙ୍କ ନିର୍ଦ୍ଦେଶ ମୁତାବକ ଫାଇନାଲ ଡିଲ ୪ ଲକ୍ଷ ଟଙ୍କା ଶିକ୍ଷକଙ୍କ ପରିବାର ପକ୍ଷରୁ ଦିଆଯିବାରୁ ତାଙ୍କୁ ଭୋର ୫ ଟା ରେ ଛାଡିଥିଲେ ଦଣ୍ଡବର ରାସ୍ତାରେ ।ତିର୍ତୋଲ ଥାନାରେ ପରିବାର ଲୋକେ ଏତଲା ଦେବାରୁ ପୋଲିସ ଅନୁସଂଧାନ ଚଳାଇ ୪ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଜଣଙ୍କ ଠାରୁ ୫୦ ହଜାର ଟଙ୍କା ଓ ଅପହରଣ ଲାଗି ବ୍ୟବହୃତ ଗାଡିକୁ ଜବତ କରିଛି । ଅପରପକ୍ଷରେ ଅପହରଣକାରୀ ବ୍ୟବହାର କରିଥିବା ବନ୍ଧୁକ ଓ ଅବଶିଷ୍ଟ ୩ ଲକ୍ଷ ୫୦ ହଜାର ଟଙ୍କାକୁ ପୋଲିସ ଏପର୍ଯ୍ୟନ୍ତ ଜବତ କରିପାରିନାହଁ। ହିନ୍ଦୀ ସିନେମା ଷ୍ଟାଇଲରେ ଟଙ୍କା ଲୁଟ ଓ ଅପହରଣ କାଣ୍ଡ ଭିଆଇଥିଲେ ଅଭିଯୁକ୍ତ। ଏହି ଘଟଣାର ମୁଖ୍ୟ ମାଷ୍ଟର ମାଇଣ୍ଡ ଫେରାର ଅଛି । ଏସପି ପ୍ରକାଶ ଆର ଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନ ଏବଂ ତିର୍ତୋଲ ଏସଡିପିଓ ଦୀପକ ରଂଜନ ଜେନାଙ୍କ ନେତୃତ୍ବରେ ଜଗତସିଂହପୁର ଆଇଆଇସି ରଜନୀକାନ୍ତ ମିଶ୍ର,ତିର୍ତୋଲ ଏସଆଇ ଅନିରୁଦ୍ଧ ନାୟକ,କୁଜଙ୍ଗ ଏସଆଇ ଶୁଭ୍ରଜିତ ଦାଶ,ଜଗତସିଂହପୁର ଥାନା ଏସଆଇ ବିଶ୍ବଜିତ ଗଡନାୟକ ଅଭିଯୁକ୍ତମାନଙ୍କୁ ଧରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ବ୍ରାହ୍ମଣ ବାଡିର ସୂର୍ଯ୍ୟକାନ୍ତ ମହାପାତ୍ର,ପୀତାମ୍ବରପୁର ର ତପନ କୁମାର ଦାସ,ପାଣ୍ଡରା ଗ୍ରାମର ବିଶ୍ବଜିତ ପାତ୍ର ଓ ପ୍ରତାପ ମହାନ୍ତିଙ୍କୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟତମ ଅଭିଯୁକ୍ତ ରାଜା ପାତ୍ର ଫେରାର ହୋଇଯାଇଛି । ଏହି ସମସ୍ତ ଅଭିଯୁକ୍ତ ଏରଡଙ୍ଗା ପଞ୍ଚାୟତର । ପୁରୁଣା ବସନ୍ତ ସ୍କୁଲର ଶିକ୍ଷକ ରବିନାରାୟଣ ଦୀର୍ଘବର୍ଷ ଧରି ଶିକ୍ଷକତା ସାଙ୍ଗକୁ ରୋଗୀସେବା କରି ଭଲ ଦିପଇସା ରୋଜଗାର କରୁଥିଲେ । ଅଭିଯୁକ୍ତ ଯୋଜନାବଦ୍ଧ ଭାବେ ତାଙ୍କୁ ଲୁଟିଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

ଜଗତସିଂହପୁରରୁ ଜ଼ିଲ୍ଲା ରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋର୍ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here