କୋଅପରେଟିଭ ବ୍ୟାଙ୍କ ଶାଖା ସ୍ଥାନାନ୍ତରିତ :

ରାଉରକେଲା ସ୍ଥିତ ଉଦିତନଗର କଚେରୀ ରୋଡରେ ୬୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଚାଲୁଥିବା ସୁନ୍ଦରଗଡ ଜିଲ୍ଲା କେନ୍ଦ୍ର ସମବାୟ ବେଙ୍କ ଶାଖାକୁ ସ୍ଥାନାନ୍ତରିତ କରାଯାଇଛି । ବ୍ୟାଙ୍କର ବ୍ୟବସାୟରେ ଅଭିବୃଦ୍ଧି ସାଙ୍ଗକୁ ଖାତା ଧାରୀ ମାନଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏଥି ସକାସେ ଏକ ବଡ ଧରଣର ଶାଖାର ଆବଶ୍ୟକତା ଥିଲା । ଏହି ପରୀପ୍ରେକ୍ଷୀରେ ବ୍ୟାଙ୍କ ତରଫରୁ ପାନପୋଷ ରୋଡ ସ୍ଥିତ ନେକ୍ସା ସୋରୁମର ଅପର ପାର୍ଶ୍ବରେ ଥିବା ପେଟୋଲ ପମ୍ପ ସନ୍ନିକଟ ତଥା ପିଏଫ କାର୍ଯ୍ୟାଳୟ ପାଖାପାଖି ଏକ ବଡ କମ୍ପ୍ଲେକ୍ସରେ ବଡ ଧରଣର ବ୍ୟାଙ୍କ ଶାଖା ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନୀ ଉତ୍ସବରେ ରାଉରକେଲାର ମାନ୍ୟବର ବିଧାୟକ ସାରଦା ପ୍ରସାଦ ନାୟେକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ଥାନାନ୍ତରୀତ ନୂତନ ବ୍ୟାଙ୍କ ଶାଖାର ନବ କଳେବର ଶାଖାକୁ ଉଦଘାଟନ କରିଥିଲେ । ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁରେଶ ଦାସ ଉପସ୍ଥିତ ରହି ବ୍ୟାଙ୍କର ଉତ୍ତୋରତ୍ତର ଉନ୍ନତି ସକାସେ ସମସ୍ତିଙ୍କ ସହଯୋଗ କାମନା କରିଥିଲେ । ଏହି ଅବସରରେ ବ୍ୟାଙ୍କର ଶୁଭେଛୁ , ପୃଷ୍ଠପୋଷକ , ଜମାକାରୀ , ସ୍ବୟଂ ସହାୟିକା ଗୋଷ୍ଠୀ ମାନଙ୍କ ସଭ୍ୟା , ରାଉରକେଲା ଇଷ୍ପାତ କାରଖାନାର ପୂର୍ବତନ ବରିଷ୍ଠ ପ୍ରଶାସନିକ ଅଭୟ ଦାସ , ପୂର୍ବତନ ଡିଏଫଓ ଭଗବାନ ପତି , ସହକାରୀ ନିବନ୍ଧକ ଯୁଗଳ ଦାସ , ବ୍ୟାଙ୍କ ଏଜିଏମ ବି କେ ମହାପାତ୍ର ପ୍ରମୂଖ ଉପସ୍ଥିତ ରହିଥିଲେ । ବ୍ୟାଙ୍କର ଶାଖା ପରିଚାଳକ ତାରା ଚାନ୍ଦ ପଟ୍ଟନାଏକ ଧନ୍ୟବାଦ ଜ୍ଞାପନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ବ୍ୟାଙ୍କର ସହ ପରିଚାଳକ ତନୁଶ୍ରୀ , ମୋନାଲିସା , ଦେବାଶିଷ ପ୍ରମୁଖ ଆନ୍ତରିକତାର ସହିତ ସହଯୋଗ କରିଥିଲେ ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here