ବିଭିନ୍ନ କୃଷକ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦ : ଜଗତସିଂହପୁର

କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ବିଭିନ୍ନ କୃଷକ ସଙ୍ଗଠନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡ଼ାକରାର ପ୍ରଭାବ ଜଗତସିଂହପୁର ଜିଲାରେ ମଧ୍ୟ ଦେଖିବାକୁ ମିଳିଛି । ଆଜି ସକାଳୁ ଜିଲାର ବିଭିନ୍ନ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଯାନ ବାହନ ଚଳାଚଳ ମଧ୍ୟ ବନ୍ଦ ରହିଛି । ଗତକାଲି କେତେକ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର କରା ଯାଇ ଲୋକଙ୍କୁ ବନ୍ଦ ବାବଦରେ ସୂଚନା ଦିଆ ଯାଇଥିଲା ।ଆଜି ସକାଳୁ ସଂଗଠନର କର୍ମକର୍ତ୍ତାମାନେ ସ୍ଥାନୀୟ ଡାକ ବଙ୍ଗଳା ଛକ ଠାରେ ରାସ୍ତା ବନ୍ଦ କରି ନାରବାଜି କରିଥିଲେ ।କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ନୂତନ କୃଷି ଆଇନକୁ ପ୍ରତ୍ୟାହାର,ସୃଦୃଢ଼ କୃଷିଭିତ୍ତି ନିର୍ମାଣ,ଚାଷୀକୁ ପେନସନ ପ୍ରଦାନ ଦାବିରେ ଆନ୍ଦୋଳନ କରାଯାଉଥିବା ବେଳେ ତୁରନ୍ତ ସରକାର ଏହାକୁ ମାନିନେବା ଆବଶ୍ୟକ ବୋଲି ଚାଷୀ ନେତା କହିଛନ୍ତି ।


ଜଗତସିଂହପୁର ଜ଼ିଲ୍ଲା ରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋର୍ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here