ଚଣ୍ଡିଖୋଲ ପାରାଦ୍ୱୀପ ଜାତୀୟ ରାଜପଥ କଡରେ ଚୋରା ତେଲ ବେପାରୀଙ୍କ ପାଦୃଭାବ ବୃଦ୍ଧି : କେନ୍ଦ୍ରାପଡା

ପରାଦୀପ୍ ଚଣ୍ଡିଖୋଲ୍ ଜାତୀୟ ରାଜପଥ କଡରେଥିବା ପେଟ୍ରୋଲ ପମ୍ପ ମାନଙ୍କରେ ସାଧାରଣତଃ ଡିଜେଲ୍ ଲିଟର ପିଛା ୭୮ଟଙ୍କାରେ ବିକ୍ରି ହୋଉଥିବା ବେଳେ କିନ୍ତୁ ବାହାରେ ଚୋରାରେ ଡିଜେଲ ୫୮ଟଙ୍କାରେ ମିଳୁଛି ଦିନକୁ ଦିନ ତେଲ ଚୋରଙ୍କ ପାଦୃଭାବ ବଢୁଛି । ଏପରି ଘଟଣାମାନ ଦେଖାଦେଇଛି କେନ୍ଦ୍ରାପଡା ଜିଲ୍ଲାର ନୀଳାଞ୍ଚଳ ଠାରୁ ପଞ୍ଚୁପାଣ୍ଡବ ପର୍ଯ୍ୟନ୍ତ ଲମ୍ବିଛି ତେଲ ଚୋରଙ୍କ ପାଦୃଭାବ । ପାରାଦ୍ୱୀପରୁ ଡିଜେଲ ଓ ପେଟ୍ରୋଲ ଗାଡି ଯାଉଥିବା ସମୟରେ ଡ୍ରାଇଭର ମାନଙ୍କୁ ହାତ କରି ତେଲ ଟ୍ରାଙ୍କରରୁ ତେଲ ଚୋରାରେ କଢାଯାଇ ଡିଜେଲ, ପେଟ୍ରୋଲ ଭଳି ଦାମିକା ତେଲକୁ ପ୍ରତିଦିନ ଚୋରି କରି ଅଣାଯିବା ପରେ ବିଭିନ୍ନ ଜାରକୁ ଦେଖାଇ ଡ୍ରାଇଭରଙ୍କୁ ଫସାନ୍ତି ତେଲ ଚୋର ମାଫିଆ ମାନେ ଯେମିତି ଜାରରେ ସାଡେ ସାତରୁ ସାଢ଼େ ୯ ଲିଟର ପସୁଥିବା ସମୟରେ ଡ୍ରାଇଭରଙ୍କୁ କୁହନ୍ତି 5ଲିଟର ପସୁଛୁ । ଡ୍ରାଇଭରଙ୍କୁ ୨୫୦ ଟଙ୍କାରୁୁ ପ୍ରାୟ ୩୦୦ ଟଙ୍କା ଦେଇ କିଣ ଥାନ୍ତି ତେଲ ଚୋର ମାଫିଆ ମାନେ । ତେଲ ବୋଝେଇ ଟ୍ୟାଙ୍କର ଓ ଆଇରନ ଗାଡି ଡ୍ରାଇଭର ମାନଙ୍କ ଠାରୁ କିଣାଯାଏ ତେଲ । ତେଲ ଚୋର ଡ୍ରାଇଭର ମିଶି ମାଲିକକୁ କରନ୍ତି ବର୍ବାଦ । ସେହି ତେଲକୁ ଗାଁ ଗହଳିରେ ପାୱାରଟିଲର, ଟ୍ରାକଟର, କଳ ଓ ବିଶେଷ କରି ମହାକାଳପଡ଼ାର ମଛ୍ୟଜିବୀ ଟଲର ମାନଙ୍କରେ ଏହି ତେଲକୁ ସାଧାରଣତଃ ବେବହାର କରାଯାଇଥାଏ । କେନ୍ଦ୍ରାପଡା ଅଞ୍ଚଳର ନିଳାଞ୍ଚଳ, ଯଦୁପୁର, ବୌଦ, ହଳଦିଆ ଗଡ଼ା, ହଜାରୀ ଛକ ଓ ବିଶେଷ କରି ଖୋଲମ ଖୁଲା ହଳଦିଆ ଗଡ଼ା, ବଡପାଳ, ହଜାରୀ ଛକ,ଲକ୍ଷ୍ମୀନାରାୟଣ ପୁର ଛକ ଏବଂ ପଞ୍ଚୁପାଣ୍ଡବରେ ତେଲ ଚୋର ମାନେ ତେଲ ସହିତ କୋଇଲା, ମଦ ଚୋରି କରି ବିକ୍ରି କରନ୍ତି । ସେହିବାଟଦେଇ ପ୍ରତିଦିନ ପ୍ରଶାସନିକ ଅଧିକାରୀ ମାନେ ଜାଆସ୍ କରୁଥିବା ବେଳେ ସବୁ ଦେଖି ମଧ୍ୟ ନଦେଖିଲା ଓ ନଜାଣିଲା ପରି ଚାଲିଜାଆନ୍ତୀ । ଏହା ଉପରେ ପ୍ରଶାସନ କେବେ ଦେବ ନଜର ବା କେବେ ଗ୍ରହଣ କରିବ ପଦକ୍ଷେପ୍ । ସାଧାରଣରେ ବେସ ଚର୍ଚ୍ଚା ଯୋର ଧରିଛି । ପ୍ରଶାସନ ତେଲ ଚୋରଙ୍କ ଠାରୁ ମାସକୁ ୩ରୁ ଚାରି ହଜାର ଟଙ୍କା ବଟି ଆକାରରେ ନେଉଥିବା ସାଧାରଣ ଲୋକ ମାନଙ୍କ ମଧ୍ୟରେ ଆଲୋଚନାର ମୁଖ୍ୟ ବିଷୟ ପାଲଟିଛି । ଏମିତିବି ଗଣମାଧ୍ୟମକୁ ମଧ୍ୟ ଉକ୍ତ ତେଲ ମାଫିଆ ବା ଚୋରମାନେ ଦୃବ୍ୟବହାର ଓ ଗାଳି ଗୁଳଜ ଏବଂ ମୋବାଇଲଫୋନ ଛଡାଇ ନେବା ଭଳି ସଂଗୀନ ସଂଗୀନ ମୂଳକ ଅଭିଯୋଗ ନଜରକୁ ଆସିଛି । ଏକ ତେଲ ଚୋରି ଭିଡିଓ ଭାଇରାଲ ହେବାପରେ କିଛି ଶାସକ ଦଳର କୁଜି ନେତା ଛତ୍ରଛାୟା ତଳେ ତେଲ ଚୋର ସାମ୍ବାଦିକ ମାନଙ୍କୁ ମଧ୍ୟ ଆକ୍ରମଣ କରିବାପାଇଁ ପଛଘୁଞ୍ଚା ଦେଉନାହାନ୍ତି କିନ୍ତୁ ବଡ ଦୁଃଖ ଆଉ ପରିତାପର ବିଷୟ ଯେ -ଏସବୁ ପ୍ରଶାସନ ଜାଣି ମଧ୍ୟ ନିରବ ଦ୍ରଷ୍ଟା ପାଲଟିବା ପଛରେ କଣ ରହିଛି ମୂଳ ରହସ୍ୟ । ଆମେ ଦେଖାଇବୁ ଆପଣ ମାନଙ୍କୁ ସମ୍ପୂର୍ଣ୍ଣ ତଥ୍ୟାବଳୀ ସହିତ ଆଗାମୀ ଅଧ୍ୟାୟରେ ।

କେନ୍ଦ୍ରାପଡାରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1 ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here