ଅଖିଳ ଭାରତ କୃଷକ ସଂଘର୍ଷ ସମିତି ର ଆହ୍ବାନ ରେ ଭାରତ ବନ୍ଦ ର ଡାକରା ,ପୁରୀ ସଦର ବେଲଦଳ ଠାରେ ଶାନ୍ତିପୂର୍ଣ୍ଣ ରୂପେ ସତ୍ୟାଗ୍ରହ

କେନ୍ଦ୍ର ବିଜେପି ସରକାରଙ୍କ ଦ୍ଵାରା ପ୍ରଣୀତ ୩ ଟି କଳା କୃଷି ଆଇନ ଯାହା ତରବରିଆ ଭାବେ ପାରିତ ହୋଇ ଆଇନି ରେ ପରିଣତ କଲେ, ମାତ୍ର ପୂର୍ବରୁ କୃଷକ ମାନଙ୍କ ସହ ଆଲୋଚନା ହେଇ ନଥିଲା। ଇତିମଧ୍ୟରେ କେନ୍ଦ୍ର ସରକାର ଏବଂ କୃଷକ ନେତା ମାନଙ୍କ ମଧ୍ୟରେ ୫ ଗୋଟି ବୈଠକ ଅନୁଷ୍ଠିତ ହୋଇସାରିଲାଣି ମାତ୍ର କେନ୍ଦ୍ର ସରକାରଙ୍କ ମିଥ୍ୟା ପ୍ରତିଶୃତିକୁ କୃଷକମାନେ ବିଶ୍ୱାସ ନ କରି ସରକାରଙ୍କ ବିରୁଦ୍ଧରେ ଅଖିଳ ଭାରତୀୟ କୃଷକ ସଙ୍ଗଠନ ଭାରତ ବନ୍ଦର ଡାକରା ରେ ୧୦ ଟି ରାଜନୈତିକ ଦଳ ସମେତେ ଭାରତୀୟ ଜାତୀୟ କଂଗ୍ରେସ ସମର୍ଥନ ଜଣେଇଥିଲା।

ଏ ଆଇନ ଲାଗୁ ହେଲେ ଭାରତ ର ଚାଷୀ ସର୍ବନିମ୍ନ ମୂଲ୍ୟ ପାଇବାରେ ଅସୁବିଧା ହେବ,ଚାଷୀ ନିଜ ଜମିକୁ ପୁଞ୍ଜିପତି ଙ୍କ ପାଖରେ ବନ୍ଧା ପକେଇବ ଓ କୃଷକ ଜାତି ଉକ୍ତ ପୁଞ୍ଜିପତି ଙ୍କ ପାଖରେ ଗୋଲାମ ହୋଇଯିବ। ସେହିପରି ଏହି ଆଇନ ରେ ଅତ୍ୟାବଶ୍ୟକ ସାମଗ୍ରୀ ର ଦର ନିୟନ୍ତ୍ରଣ ପାଇଁ ମହଜୁଦକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ର କ୍ଷମତା ଜିଲ୍ଲାପାଳ ଙ୍କ ଠାରୁ ପ୍ରତ୍ୟାହାର କରିନିଆଯାଇଛି। ଯାହା ଫଳରେ କଳା ବ୍ୟବସାୟୀ ଓ ମହଜୁଦକାରି ମାନେ ବଜାର ଦର ନିୟନ୍ତ୍ରଣ କରି ସାଧାରଣ ଖାଉଟିମାନଙ୍କୁ ଶୋଷଣ କରିବେ। ଏହି ୩ଟି କଳା ଆଇନ କୁ ରଦ୍ଦ କରିବା ଦାବିରେ ସ୍ଥାନୀୟ ବେଲଦଳ ପୁରୀ ଠାରେ ବରିଷ୍ଠ କୃଷକ ନେତା ଦାମୋଦର ପ୍ରଧାନ ଙ୍କ ନେତୃତ୍ୟରେ ଶଗଡ଼ ରଖାଯାଇ ପୁରୀ କୋଣାର୍କ ରାସ୍ତା ଅବରୋଧ କରି କୃଷକ ମାନଙ୍କ ଆନ୍ଦୋଳନ କୁ ସଫଳ କରିଥିଲେ। ଏଥିରେ,ନବନିର୍ମାଣ କୃଷକ ସଙ୍ଗଠନ, ଅଖିଳ ଭାରତୀୟ ଶ୍ରମିକ ସଂଗଠନ,CITU, ବ୍ୟବସାୟୀ,ପରିବହନ ସଂସ୍ଥା,ବୁଦ୍ଧିଜୀବୀ,ଆଇନଜୀବୀ ସଂଘ,ଛାତ୍ର,ଯୁବକ ,ମହିଳା, ଆଦି ଦଳର ନେତା ଓ କର୍ମୀମାନେ ସମର୍ଥନ କରିଥିଲେ।ଏହି ସତ୍ୟାଗ୍ରହ ରେ ରାଜେଶ ମିଶ୍ର, କାଳି ପ୍ରସାଦ ନାୟକ, ବିଦୁଲତା ଆଚାର୍ଯ୍ୟ, ଉମଚରଣ ପ୍ରଧାନ, କକ୍ଷ୍ମଣ ପ୍ରଧାନ, ଦାମୋଦର ନାୟକ, ବିଶ୍ୱନାଥ ପ୍ରଧାନ, କୈଳାସ ସ୍ୱାଇଁ, ବିଶ୍ୱନାଥ ଦାଶ, ସୁଜିତ ମହାପାତ୍ର, ଉମାକାନ୍ତ ବେହେରା, ରାକେଶ ମେକାପ, ସ୍ମୃତିରଞ୍ଜନ ପତି, ଶ୍ରୀବତ୍ସ ରଥ,ରଜତ ସାହୁ, କାଳନ୍ଦୀ ବେହାର, ଅନୀଲ ପ୍ରଧାନ, ସମ୍ବିତ ପ୍ରଧାନ, ପ୍ରଦୀପ ପ୍ରଧାନ, ପଙ୍କଜ ପ୍ରଧାନ ଆଦି, କୃଷକମାନଙ୍କ ଡାକରା ରେ ଏକତ୍ରିତ ହୋଇ ଭାରତ ବନ୍ଦ କୁ ସଫଳ କରିବାରେ ସହଯୋଗ କରିଥିଲେ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here