ଚାଷୀ ଆନ୍ଦୋଳନ ରେ ଭାରତ ବନ୍ଦ: ପୁରୀ

ଶ୍ରୀକ୍ଷେତ୍ର ପୁରୀ ବାସି ଙ୍କୁ ଅନୁରୋଧ ନିମନ୍ତେ ପୁରୀ ଯୁବ କଂଗ୍ରେସ ନେତା ଆଲୋକ କୁମାର ଦାଶ ଙ୍କ ନେତୃତ୍ୱରେ ଯୁବ ଓ ଛାତ୍ର କଂଗ୍ରେସ ସଦସ୍ୟ ଗଣ ଶତାଧିକ ମଟର ସାଇକଲ ରେ ସକାଳ ୧୦ଟା ସମୟରେ ପୁରୀ ଦୋଳମଣ୍ଡପ ସହି ଠାରୁ ଭାରି ପୁରୀ ପରିକ୍ରମା କରିଥିଲୁ | ଏହା ସହ ହାତ ଯୋଡି ବୁଝେଇବା ସହ କିଛି ଜାଗାରେ ସଟର ଜୋର କରି ବନ୍ଦ କରିଥିଲୁ | କାରଣ, ଆମେ ସମସ୍ତେ ଚାଷୀ କୂଳ ରୁ ଜନ୍ମ ଆମ ବାପା ନହଲେ ବି ନାହିଁ ଆମ ପୂର୍ବପୁରୁଷ ଜଣେ ନିଶ୍ଚିନ୍ତ ଚାଷୀ ଥିବେ | ଆପଣମାନଙ୍କୁ ଅନୁରୋଧ ଆଜି ଆମର ଶୋଭାଯାତ୍ରା କୁ ସମର୍ଥନ କରନ୍ତୁ ଓ ଦୋକାନ ବଜାର ବନ୍ଦ ରଖନ୍ତୁ ଏବଂ ସେଇ ପୂର୍ବ ପୁରୁଷ ଙ୍କୁ ମନପକେଇବା ଓ ଚାଷୀ ଆନ୍ଦୋଳନ କୁ ସଫଳ କରିବା ବୁଝାଉଥିଲେ ,ପୁରୀ ଜ଼ିଲ୍ଲା ଯୁବ କଂଗ୍ରେସ ନେତା ଆଲୋକ କୁମାର ଦାଶ , ଜ଼ିଲ୍ଲା ଛାତ୍ର କଂଗ୍ରେସ ସଭାପତି ଆଶୁତୋଷ ମିଶ୍ର, ବିଧାନସଭା ଛାତ୍ର କଂଗ୍ରେସ ସଭାପତି ଅନିଲ ପ୍ରଧାନ , ଛାତ୍ର କଂଗ୍ରେସ ନେତା ଦେବାଶିଷ ଦଇତାପତି , ବସ୍ତି ନେତା ଅନିଲ ବେଜ , ମନୋଜ ମଣ୍ଡଳ , ପୁରୀ ସଦର କଂଗ୍ରେସ ଯୁବନେତା ଆଦିତ୍ୟ କୁମାର ଙ୍କ ସହ ଛାତ୍ର କଂଗ୍ରେସ ର ରୁଦ୍ରପ୍ରତପ ଦାଶ ଙ୍କ ନେତୃତ୍ୱ ରେ ଶୋଭାଯାତ୍ରା ପୁରୀ ର ପ୍ରତ୍ୟକ କୋଣ ବୁଲିବା ସହ ଦୋକାନ ବଜାର ବନ୍ଦ କରି ପୁରୀ ରେ ବନ୍ଦ କୁ ସଫଳ ରୂପ ଦେଇଥିଲେ |

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here