ବିଶ୍ୱର ପ୍ରଥମ କରୋନା ଟୀକା ନେବେ ୮୭ ବର୍ଷୀୟ ଭାରତୀୟ

ନୂଆଦିଲ୍ଲୀ : କରୋନା ଟୀକାକରଣ ଅଭିଯାନରେ ବ୍ରିଟେନ ପ୍ରଥମ ଦେଶ ଭାବେ ସାମିଲ ହୋଇଛି। ମଙ୍ଗଳବାରଠାରୁ ବ୍ରିଟେନର ବିଭିନ୍ନ ସ୍ଥାନରେ ଟୀକାକରଣ କାର୍ଯ୍ୟକ୍ରମ କରାଯିବ। ତେବେ ଏହି ଟୀକାକରଣ ଅଭିଯାନରେ ପ୍ରଥମେ ଜଣେ ଭାରତୀୟଙ୍କୁ ଟୀକା ପ୍ରଦାନ କରାଯିବ। ଦୁନିଆରେ ସର୍ବ ପ୍ରଥମେ ଟୀକା ଗ୍ରହଣ କରିବାକୁ  ଯାଉଥିବା ଭାରତୀୟ-ବ୍ରିଟେନ ନାଗରିକ ଜଣଙ୍କ ହେଉଛନ୍ତି ୮୭ ବର୍ଷୀୟ ହରି ଶୁକ୍ଳା ଓ ତାଙ୍କ ପତ୍ନୀଙ୍କୁ ଦ୍ୱିତୀୟ ଟୀକା ପ୍ରଦାନ କରାଯିବ। ଉଭୟ ପତି ପତ୍ନୀ ବ୍ରିଟେନର ଟାଇନ ଆଣ୍ଡ ବିୟର ଅଞ୍ଚଳରେ ରହୁଥିବା ବେଳେ ନ୍ୟୁକ୍ୟାସଲର ଏକ ହସ୍ପିଟାଲରେ ଫାଇଜର-ବାୟୋଏନଟେକ ଦ୍ୱାରା ପ୍ରସ୍ତୁତ ଫାଇଜର ଟୀକାର ପ୍ରଥମ ଡୋଜ ହରିଙ୍କୁ ପ୍ରଦାନ କରାଯିବ। 

ପ୍ରଥମ ଡୋଜ ନେବାକୁ ଯାଉଥିବା ହରି ଶୁକ୍ଳା ଖୁସି ବ୍ୟକ୍ତ କରି କହିଛନ୍ତି ଯେ, “ ଟୀକାକରଣକୁ ନେଇ ଆରମ୍ଭ ହୋଇଥିବା ଏହି ଅଭିଯାନର ସେ ପ୍ରଥମ ବ୍ୟକ୍ତି ହୋଇଥିବାରୁ ମୁଁ ବହୁତ ଖୁସି। ମୋ ଦ୍ୱାରା ଯେକୌଣସି ପ୍ରକାର ସହାୟତା ସମ୍ଭବପର ହୋଇ ପାରିବ, ମୁଁ ତାହା କରିବି। ଦୁଇଟି ଡୋଜ ବିଶିଷ୍ଟ ଟୀକାର ପ୍ରଥମ ଡୋଜ ନେବା ମୋର କର୍ତ୍ତବ୍ୟ। ଟୀକାକୁ ନେଇ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସେବା ବା ଏନ୍ଏଚ୍ଏସ ମୋ ସହିତ ଯୋଗାଯୋଗ କରିଥିଲା। ଏନ୍ଏଚ୍ଏସ ବହୁତ କଷ୍ଟ କରୁଛନ୍ତି ଏବଂ ସେମାନଙ୍କ ପ୍ରତି ମୋର ଯଥେଷ୍ଟ ସମ୍ମାନ ରହିଛି। ମହାମାରୀ ସମୟରେ ଆମ୍ଭମାନଙ୍କୁ ସୁରକ୍ଷିତ ରଖିବା ଦିଗରେ ଏନ୍ଏଚ୍ଏସ ଯେଉଁ ପଦକ୍ଷେପ ଗ୍ରହଣ କରିଛି, ସେଥିପାଇଁ ମୁଁ କୃତଜ୍ଞ। ”

ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଆଜିର ଏହି ଦିନକୁ ଭି-ଡେ ବା ଭ୍ୟାକ୍ସିନ ଡେ ନାମରେ ନାମିତ କରିବା ସହିତ କହିଛନ୍ତି ଯେ, “ ଟୀକାକରଣ ଏହି ଅଭିଯାନ ଏକ ବହୁତ ବଡ ପଦକ୍ଷେପ। ବ୍ରିଟେନରେ ଯେଉଁମାନଙ୍କ ପ୍ରତି କରୋନା ଭାଇରସ ସର୍ବାଧିକ ବିପଦ ସୃଷ୍ଟିକାରୀ, ସେମାନଙ୍କୁ ପ୍ରଥମେ ଟୀକା ପ୍ରଦାନ କରାଯିବ। ୮୦ ବର୍ଷରୁ ଅଧିକ ବୟସ ବ୍ୟକ୍ତିଙ୍କ ସମେତ ଏନ୍ଏଚ୍ଏସର କାର୍ଯ୍ୟକର୍ତ୍ତାମାନଙ୍କୁ ପ୍ରଥମେ ଟୀକା ପ୍ରଦାନ କରାଯିବ। ବ୍ରିଟେନରେ କରୋନା ଭୂତାଣୁ ବିରୋଧୀ ଲଢ଼େଇରେ ଆଜି ଏକ ବଡ ଦିନ। ” 

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here