୨୦୨୧ ସୁଦ୍ଧା ଦେଶରେ ଜିଓର 5-ଜି ନେଟୱାର୍କ ସ୍ଥାପନ : ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଇଣ୍ଡିଆନ ମୋବାଇଲ କଂଗ୍ରେସ (ଭାରତୀୟ ମୋବାଇଲ ସମ୍ମିଳନୀ) ୨୦୨୦ର ଉଦଘାଟନ କରିଛନ୍ତି। ଏହି ଅବସରରେ ଭାରତରେ 5-ଜି ନେଟୱାର୍କ ସ୍ଥାପନ ନେଇ ବଡ ଘୋଷଣା କରିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ତଥା ଶିଳ୍ପପତି ମୁକେଶ ଅମ୍ବାନୀ। ଅମ୍ବାନୀ ଯୋଗ ଦେଇ କହିଛନ୍ତି ଯେ, ଭାରତରେ ୨୦୨୧ ମଧ୍ୟଭାଗ ତଥା ଜୁନ ମାସ ସୁଦ୍ଧା 5-ଜି ଇଣ୍ଟରନେଟ ସେବା ଲଞ୍ଚ କରିବ। ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚାଲିଛି। ଶସ୍ତା ମୂଲ୍ୟରେ ଏହି ସେବା ଗ୍ରାହକଙ୍କୁ ଯୋଗାଇ ଦିଆଯିବ। ଜିଓର 5-ଜି ଟେକ୍ନୋଲୋଜି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହେବ। ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭରଶୀଳ ଭାରତ ଅଭିଯାନର ସାକ୍ଷୀ ହେବ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here