ଆଜି ୪ ଘଣ୍ଟିଆ ଭାରତ ବନ୍ଦ : ସମର୍ଥନ କରୁଛନ୍ତି ୧୮ ରାଜନୈତିକ ଦଳ।

ନୂଆଦିଲ୍ଲୀ : ଆଜି ଭାରତ ବନ୍ଦ ଡାକରା ଦେଇଛନ୍ତି ୪୦ ଟି କୃଷକ ସଂଗଠନ। ଏଥିରେ କଂଗ୍ରେସ ସମେତ ୧୮ ଟି ରାଜନୈତିକ ଦଳ ସମର୍ଥନ ଜଣାଇଛନ୍ତି। କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ ବିରୋଧ କରି ସାରା ଦେଶରେ ଭାରତ ବନ୍ଦ ଡାକରା ଦିଆଯାଇଛି। ପୂର୍ବାହ୍ନ ୧୧ ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଭାରତ ବନ୍ଦ ରହିବ। ବନ୍ଦ ଯୋଗୁଁ ଯେପରି କୌଣସି ସାଧାରଣ ଲୋକ ହଇରାଣ ନ ହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ଭାରତୀୟ କିଷାନ ସଂଗଠନର ମୁଖପାତ୍ର ରାକେଶ ଟିକାୟତ କହିଛନ୍ତି। ବନ୍ଦ ସଂକ୍ରାନ୍ତରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡିକ ପାଇଁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି।

ବନ୍ଦ ପାଳନ ବେଳେ କୋଭିଡ ୧୯ ନିୟମାବଳୀକୁ ଯେଭଳି କଡାକଡି ପାଳନ କରାଯିବା ସେଥିପ୍ରତି ଦୃଷ୍ଟି ଦିଆଯିବା ସହିତ କୌଣସି ଅପ୍ରୀତିକର ଘଟଣା ଯେପରି ନ ଘଟିବ ସେଥିପାଇଁ ସତର୍କତା ମୂଳକ ପଦକ୍ଷେପ ନେବାକୁ କୁହାଯାଇଛି। ଆଜି ଦେଶର ସମସ୍ତ ଜାତୀୟ ରାଜପଥ ଅବରୋଧ କରାଯିବ ବୋଲି ଭାରତୀୟ କିଷାନ ସଂଘର ସାଧାରଣ ସମ୍ପାଦକ ହରିନ୍ଦର ସିଂହ ଲାଖୋୱାଲ କହିଛନ୍ତି। ସୂଚନାଯୋଗ୍ୟ ଯେ କୃଷକ ଓ ସରକାରଙ୍କ ମଧ୍ୟରେ ପାଞ୍ଚ ଥର ଆଲୋଚନା ହୋଇଥିଲେ ମଧ୍ୟ ସମାଧାନର ପନ୍ଥା ବାହାରି ନାହିଁ। ଆସନ୍ତା ୯ ତାରିଖ ରେ ସରକାର ଓ କୃଷକ ନେତାଙ୍କ ମଧ୍ୟରେ ଷଷ୍ଠ ପର୍ଯ୍ୟାୟ ଆଲୋଚନା ହେବ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here