ପୁଲୱାମା: ଏନ୍‌କାଉଣ୍ଟର୍‌ରେ ୨ ଆତଙ୍କବ‌ାଦୀ ନିହତ, ମୋବାଇଲ୍ ଓ ଇଣ୍ଟରନେଟ୍ ସେବା ବନ୍ଦ

ପୁଲୱାମା: ଦକ୍ଷିଣ କଶ୍ମୀରର ପୁଲୱାମା ଜିଲ୍ଲାର ଟିକେନା ଅଞ୍ଚଳରେ ବୁଧବାର ସକାଳୁ ଏନ୍‌କାଉଣ୍ଟର୍‌ରେ ୨ ଜଣ ଅଜଣା ଆତଙ୍କବାଦୀ ନିହତ ହୋଇଛନ୍ତି। ସଂପୃକ୍ତ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସଂପର୍କରେ ସୂଚନା ପାଇବା ପରେ କଶ୍ମୀର ପୁଲିସ, ସେନାର ଯବାନ‌ ଏବଂ ସିଆର୍‌ପିଏଫ୍‌ ମିଳିତ ଭାବେ ଏକ ସର୍ଚ ଅପରେସନ ଆରମ୍ଭ କରିଥିଲେ। ଆତଙ୍କବାଦୀମାନେ ତାଙ୍କ ଆଡୁ ସୁରକ୍ଷା ବାହାନୀ ଉପରକୁ ପ୍ରଥମେ ଗୁଳି ଚାଳନା କରିଥିଲେ। ତା’ପରେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଏନ୍‌କାଉଣ୍ଟର୍‌ରେ ଜୀବନ ଦେବାକୁ ପଡ଼ିଥିବା ସୂଚନା ରହିଛି।

ସଂପୃକ୍ତ ଅଞ୍ଚଳରେ ପ୍ରାୟ ୨ରୁ ୩ ଜଣ ଆତଙ୍କବାଦୀ ଲୁଚି ରହିଥିବା ପୁଲିସ୍‌କୁ ସୂଚନା ମିଳିଥିଲା। ଏ ନେଇ ଜମ୍ମୁ-କଶ୍ମୀରର ଡିଜିପି କହିଛନ୍ତି କି ‘ଆଜି ବଡ଼ି ସକାଳୁ ପୁଲୱାମାର ଟିକେନା ଅଞ୍ଚଳରେ ଏକ ସ୍ବତନ୍ତ୍ର ଅପରେସନ ଜାରିି ରହିଛି। ଏଥିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।’ ଜାଣିବାକୁ ମିଳିଛି ଯେ ଏନକାଉଣ୍ଟର ବେଳେ ଜଣେ ସାଧାରଣ ନାଗରିକ ମଧ୍ୟ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ବର୍ତ୍ତମାନର ପରିସ୍ଥିତି ପାଇଁ ପୁଲୱାମାରେ ଅସ୍ଥାୟୀ ଭାବେ ମୋବାଇଲ୍ ଫୋନ୍  ଓ ଇଣ୍ଟରନେଟ୍ ସେବା ବନ୍ଦ୍‌ କରି ଦିଆଯାଇଛି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here