ରାଜ୍ୟର ଆଉ ୪ଟି ବେଳାଭୂମିକୁ ବ୍ଲୁ ଫ୍ଲାଗ ବିଚ ମାନ୍ୟତା ପାଇଁ ଯୋଜନା

ଭୁବନେଶ୍ୱର : ଓଡିଶାର ପର୍ଯ୍ୟଟନକୁ ବିଶ୍ବ ଦରବାରରେ ପହଞ୍ଚାଇବା ପାଇଁ ପର୍ଯ୍ୟଟନ ବିଭାଗ ଯୋଜନା କରୁଛି। ପର୍ଯ୍ୟଟକଙ୍କ ଆଗମନ ବଢ଼ିଲେ ଓଡିଶାର ଆର୍ଥିକ ସ୍ଥିତି ସୁଧୁରି ପାରିବ। ଓଡ଼ିଶାକୁ ଯେପରି ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ ସେଥିନେଇ ଏଭଳି ନିଆରା ଯୋଜନା କରାଯାଉଛି। ପୁରୀ ବେଳାଭୂମିକୁ ଓଡିଶାର ପ୍ରଥମ ବ୍ଲୁ ଫ୍ଳାଗ ବିଚ ମାନ୍ୟତା ମିଳିଥିଲା। ୨୦୨୧ ଶେଷ ସୁଦ୍ଧା ରାଜ୍ୟର ଆଉ ୪ଟି ବେଳାଭୂମିକୁ ବ୍ଲୁ ଫ୍ଲାଗ ବିଚ ମାନ୍ୟତା ପଦକ ପାଇଁ ଯୋଜନା ଆରମ୍ଭ ହୋଇଛି। ଏହି ତାଲିକାରେ ପୁରୀ ମୁହାଣ ବିଚ, ବାଙ୍କୀ ମୁହାଣ ବେଳାଭୂମି ରହିଥିବା ବେଳେ ଗଞ୍ଜାମର ହରିପୁର ଏବଂ ସୁନାପୁର ବେଳାଭୂମିରେ ବ୍ଲୁ ଫ୍ଲାଗ ବିଚ ଆରମ୍ଭ କରାଯିବାର ଯୋଜନା ରହିଛି ବୋଲି ପର୍ଯ୍ୟଟନ ବିଭାଗ ନିର୍ଦେଶକ ସଚିନ ଆର ଯାଦବ ସୂଚନା ଦେଇଛନ୍ତି।

ଏହି ବ୍ଳୁ ଫ୍ଲାଗ ବିଚ ମାଧ୍ୟମରେ ପର୍ଯ୍ୟଟକଙ୍କୁ ଓଡିଶା ପ୍ରତି ଅଧିକ ଆକୃଷ୍ଟ କରିହେବ। ସେଥିନେଇ ବିଭାଗ ପକ୍ଷରୁ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ୨୦୨୧ସୁଦ୍ଧା ୪ଟି ନୂଆ ସ୍ଥାନରେ ବ୍ଳୁ ଫ୍ଲାଗ ବିଚ ମାନ୍ୟତା ପାଇଁ କେନ୍ଦ୍ର ସରକାରଙ୍କୁ ଅବଗତ କରାଯିବ। ଇତିମଧ୍ୟରେ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ କିଛି ବିଶେଷଜ୍ଞମାନେ ଗଞ୍ଜାମର ଦୁଇଟି ବେଳାଭୂମିକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।

 ଏଠାରେ ପୁରୀ ବ୍ଳୁ ଫ୍ଲାଗ ବିଚ ଭଳି ସୁବିଧା ପର୍ଯ୍ୟଟକଙ୍କୁ ମିଳିବ। ସେମାନଙ୍କ ପାଇଁ ଶୌଚାଳୟ, ପୋଷାକ ପରିବର୍ତ୍ତନ ଗୃହ, ସୋଲାର ଲାଇଟ ବ୍ୟବସ୍ଥା, କଠିନ ବର୍ଜ୍ୟବସ୍ତୁ ବିଘଟନ ପ୍ରକଳ୍ପ, ପାର୍କ ଭଳି ସୁବିଧା ମିଳିପାରିବ। ଏଠାରେ ପର୍ଯ୍ୟଟକମାନେ ରହିବା ସହିତ ଭ୍ରମଣ କରିବାକୁ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here