୧୨ ଗ୍ରାମ ବ୍ରାଉନସୁଗାର ଜବତ ଜଣେ ଯୁବକ ଗିରଫ : ଅନୁଗୋଳ

ଅନୁଗୋଳ ଜିଲ୍ଲା ଶିଳ୍ପ ନଗରୀ ତାଳଚେର ଅଞ୍ଚଳରେ ଧଳାଜହର ,ଅବକାରୀ ହାତରେ ଧରାପଡ଼ି ଜେଲଗଲେ ଏହି ନିଶା ବେପାରୀ | ଏହି ନେଟ୍ ୱାର୍କରେ ସାମିଲ୍ ଥିବା ଅନ୍ୟମାନେ ଧରାପଡିବେ କେବେ ବୋଲି ଉଠିଛି ପ୍ରଶ୍ନ ? ତାଳଚେର ଅବକାରୀ ବିଭାଗ ବିଶ୍ଵସ୍ତ ସୂତ୍ରରୁ ଖବରପାଇ ସଦଳ ବଳେ ତାଳଚେର ହାଟତୋଟା ନିକଟସ୍ଥ ସରକାରୀ ଆଇଟିଆଇ ଛକଠାରେ ମନୋରଞ୍ଜନ ଦାସ (୪୦) ଙ୍କୁ ଧରି ସର୍ଚ୍ଚ କରି ତାଙ୍କ ପ୍ୟାଣ୍ଟ୍ ପକେଟ୍ ରୁ ୧୨ ଗ୍ରାମ ବ୍ରାଉନ ସୁଗାର ଜବତ କରିଥିଲେ | ଯାହାର ମୂଲ୍ୟ ୧ ଲକ୍ଷ ୨୦ ହଜାର ଟଙ୍କା ହେବ ବୋଲି ଅବକାରୀ ସୂତ୍ରରୁ ଜଣାପଡିଛି | ଏହି ଚଢ଼ାଉରେ ଅବକାରୀ ଉପନିରିକ୍ଷକ ପ୍ରଭାସ କୁମାର ଚୌଧୁରୀ , ଏସ ଆଇ ବଳବିର୍ ଗଡ଼ନାୟକ, ରମେଶ ଚନ୍ଦ୍ର ବେହେରା , ହରିହର ପରିଡା, ମାନସ ରଞ୍ଜନ ପ୍ରଧାନ, ଅମରଦୀପ କୁଜୁର୍, ରଶ୍ମିତା ଦେହୁରୀ ପ୍ରମୁଖ ସାମିଲ ଥିଲେ |

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here