କେନ୍ଦ୍ରାପଡା ବଡହାଟ ସ୍ଥିତ ଚାଟରାପାଟ୍ଟଣା ସାଇ ମନ୍ଦିର ପଛପଟ ଜଳ ନିଷ୍କାସନ ବାଟ ବନ୍ଦକୁ ନେଇ ପୁଣି ତେଜିଲା ବିବାଦ

କେନ୍ଦ୍ରାପଡା ବଡହାଟ କାକଟଲକ୍ ସନୀକଟ ଚାଟରାପାଟ୍ଟଣା ସାଇ ମନ୍ଦିର ପଛପଟ ୫ନମ୍ବର କେନାଲକୁ ଲାଗିକରି ରହିଥିବା ହଜାର ହଜାର ହେକ୍ଟର ଚାଷଜମିରୁ ଜଳ ନିଷ୍କାସନ ହେବାପାଇଁ ରହିଥିବା ପାଣିବାଟ ଓ ଗ୍ରାମର ଗୋରୁ, ଗାଈ, ଛେଳି, ମଣ୍ଢା ଚାରଣ ଭୂମି (ନାଳବନ୍ଧ) ଏବଂ ଉକ୍ତ ଗ୍ରାମବାସୀ ମାନେ କାରବାର କରୁଥିବା ଗାଡିଆକୁ ଯୋର ଯବର ଦସ୍ତ ଗ୍ରାମର କିଛି ମୁଷ୍ଟିମେୟ ଲୋକ ତହସିଲଦାର ଏବଂ ଆରାଇଙ୍କ ସହାୟତାରେ ନିଜ ନାମରେ କାଗଜ ପତ୍ର କରାଇ ନେଇ ଉକ୍ତ ଜଳ ନିଷ୍କାସନ ବାଟକୁ ପୋତି ବେଆଇନ୍ ଭାବେ ରାସ୍ତା ନିର୍ମାଣ କରୁଥିବାରୁ ଗ୍ରାମବାସୀ ମାନେ ମିଳିତ ଭାବେ ଉକ୍ତ ବେଆଇନ ରାସ୍ତା ନିର୍ମାଣ କାର୍ଯ୍ୟକୁ ବନ୍ଦ ନିମନ୍ତେ ପ୍ରତିବାଦ୍ କରିବାରୁ ଉକ୍ତ ରାସ୍ତା ନିର୍ମାଣ କାରୀ ସଂସ୍ଥାର ଜମି ମାଫିଆ ମାନେ ଗ୍ରାମ ବାସୀଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେବା ପରିସ୍ଥିତିକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ କିଛି ଦିନ ହେବ ଅସନ୍ତୁଷ୍ଟତା ଦେଖା ଦେଇଛି । ଏବିଷୟରେ କେନ୍ଦ୍ରାପଡା ତହସିଲଦାରଙ୍କ ଠାରୁ ଆରମ୍ଭ କରି ଆରାଇ ଏବଂ ଏରିଗେସନ୍ ବିଭାଗର ଜେଇଙ୍କ ପର୍ଯ୍ୟନ୍ତ ଯେତେ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିବା ପରେ ମଧ୍ୟ ଉକ୍ତ କାର୍ଯ୍ୟକ୍ରମ ଉପରେ କୌଣସି ପଦକ୍ଷେପ୍ ଗ୍ରହଣ କରା ନଯିବାରୁ ଆଜି ଅର୍ଣ୍ନପୂର୍ଣ୍ନା ୟୁଥ୍ କ୍ଲବର ସଭାପତି ଶୁଭେନ୍ଦୁ କୁମାର ବାରିକ୍ ଏବଂ ସମ୍ପାଦକ ନୀରଞନ ସାହୁଙ୍କ ସମେତ କେନ୍ଦ୍ରାପଡା ହ୍ୟୁମାନ  ଅଧିକାର ଶୁରକ୍ଷା ମଞ୍ଚର ସଭାପତି ପ୍ରଭାତ୍ କୁମାର ପାଣି, ବିଦ୍ୟୁତ ରଞନ ନାୟକ,ଅରୁଣ ଜେନା, ଭାଗବତ ପ୍ରସାଦ ଦାସ, ଚକ୍ରଧର ବାରିକ୍, ପ୍ରିତିଶ୍ ରାଉତ, ଲଲାଟେନ୍ଦୁ ମହାନ୍ତି, ବିକାଶ ରଞନ ପୃଷ୍ଟି ଓ ଦୁଷ୍ମନ୍ତ କୁମାର ଦାସ ପ୍ରମୁଖଙ୍କ ସମେତ ପ୍ରାୟ ଶତାଧିକ ଗ୍ରାମବାସୀ ଜିଲ୍ଲାପାଳଙ୍କ ଗରାପୁର ସ୍ଥିତ ଆବାସିକ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ଭେଟି ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here