ନାଉଗାଁ ମୁଖ୍ୟ ରାସ୍ତାରେନ ଦୁର୍ଘଟଣାରେ ୩ ଆହତ ନାବାଳକ ଓ ବୃଦ୍ଦ ଗୁରୁତ୍ୱର : ଜଗତସିଂହପୁର

ନାଉଗାଁ : ନାଉଗାଁ ଥାନା ଅନ୍ତର୍ଗତ ଘୋଡାଂଶ ପେଟ୍ରୋଲ ପମ୍ପ ନିକଟରେ ଏକ ସଡକ ଦୁର୍ଘଟଣାରେ ଦୁଇଜଣ ଆହତ ହେବା ସହିତ ଜଣେ ନାବାଳକକୁ ଗୁରୁତ୍ୱର ଅବସ୍ଥାରେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି । ସୂଚନା ଅନୁସାରେ ନାଉଗାଁ ବ୍ଲକ ଅନ୍ତର୍ଗତ ଘୋଡାଂଶ ଗ୍ରାମର ଧୃବ ସେଠୀ ନାମକ ୬୦ବର୍ଷିୟ ବ୍ୟକ୍ତି ନାଉଗାଁହାଟରୁ ଟଲି ଧରି ଘରକୁ ଫେରୁଥିବା ସମୟରେ ଅପର ପାଶ୍ୱର୍ରୁ ସେହି ବ୍ଲକ ଅନ୍ତର୍ଗତ ଗଜରାଜପୁର ପଞ୍ଚାୟତ ଭାତପଡା ଗ୍ରାମର ନିର୍ମଳ ଭୋଇ ନାମକ ଯୁବକ ବାଇକ୍‍ ଯୋଗେ ଆସି ଧକ୍କା ଦେଇଥିଲା । ଫଳରେ ଧୃବ ସେଠୀ ଟ୍ରଲିରୁ  ଛିଟିକି ରାସ୍ତାରେ ପଡି ମୁଣ୍ଡ ଫାଟିଯାଇଥିଲା । ଏବଂ ଯୁବକ ଜଣକ ଗାଡି ସହିତ ରାସ୍ତାରେ ସଇକେଲରେ ଯାଉଥିବା ସେହି ବ୍ଲକ ପାଳସାହି ଗ୍ରାମର ୧୭ବର୍ଷିୟ ରିତିକ ଦାସ ସହିତ ଧକ୍କା ହେବା ଯୋଗୁ ରିତିକର ଗୋଡ ଭାଙ୍ଗି ଯାଇଥିଲା । ସ୍ଥାନୀୟ ଲୋକମାନେ ୩ଜଣଙ୍କୁ ଘଟଣା ସ୍ଥଳରୁ ସ୍ଥାନୀୟ ନାଉଗାଁ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ । ସେଠାରେ ରିତିକ୍‍ର ଅବସ୍ଥା ଗୁରୁତ୍ୱର ହେବାରୁ ତାଙ୍କୁ ଜଗତସିଂହପୁର ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ଏହି ଦୁର୍ଘଟଣାରେ ଆହତ ହୋଇଥିବା ତିନିଜଣଯାକ ଗୋଟିଏ ବ୍ଲକର ହୋଇଥିବା କାରଣରୁ ନାଉଗାଁ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା । ଯାହାକୁ ନାଉଗାଁ ଥାନା ପକ୍ଷରୁ ସମାଧାନ କରାଯିବାକୁ ପ୍ରୟାସ କରାଯାଇଛି ।

ଜଗତସିଂହପୁର ଜ଼ିଲ୍ଲା ରୁ  ଜ଼ିଲ୍ଲାପ୍ରତିନିଧି ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋର୍ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here