ଟାଟା ପାୱାରରେ ସାମିଲ ହେଲା ୱେସକୋ ଓ ସାଉଥକୋ।

ଭୁବନେଶ୍ବର :  ଦେଶରେ ବିଦ୍ୟୁତ କ୍ଷେତ୍ରରେ ସଂସ୍କାର ଆଣିବା ଲାଗି ଚଣ୍ଡିଗଡ ପରେ ଏବେ ଓଡିଶାରେ ପ୍ରକ୍ରିୟାକରଣ ଆରମ୍ଭ ହେବାକୁ ଯାଉଛି। ଟାଟା ପାୱାର ରାଜ୍ୟର ଆଉ ଦୁଇଟି ବିଦ୍ୟୁତ ୟୁଟିଲିଟି ସଂସ୍ଥା ୱେଷ୍ଟର୍ଣ ଇଲେକ୍ଟ୍ରିସିଟି ସପ୍ଲାଏ ୟୁଟିଲିଟି ଅଫ ଓଡିଶା ଓ ସଦର୍ଣ୍ଣ ଇଲେକ୍ଟ୍ରିସିଟି ସପ୍ଲାଏ ୟୁଟିଲିଟି ଅଫ ଓଡିଶା କୁ ହାସଲ କରିଛି। ଏହି ଦୁଇ ସଂସ୍ଥାର ଘରୋଇକରଣ ପାଇଁ ଓଡିଶା ବିଦ୍ୟୁତ ନିୟାମକ କର୍ତ୍ତୃପକ୍ଷ ପକ୍ଷରୁ ଆବେଦନ ଆହ୍ୱାନ କରାଯାଇଥିଲା। ଟାଟା ପାୱାର ଓ ଇଣ୍ଡିଆ ପାୱାର ବିଡ ଦାଖଲ କରିଥିଲେ।

ଏଥିରେ ବାଜିମାତ କରିଥିଲା ଟାଟା ପାୱାର। ତେବେ ଡିସକମ ଗୁଡିକୁ ହାସଲ କରିବା ପାଇଁ ଅନେକ କମ୍ପାନୀ ଆଗ୍ରହ ପ୍ରକାଶ କରିଛନ୍ତି। ଏନଟିପିସି, ଟୋରେଣ୍ଟ ପାୱାର, ଗ୍ରୀନକୋ ଗ୍ରୃପ ଓ ଆଦାନୀ ଗ୍ରୃପ ଭଳି ଦେଶର ଭିତର ସଂସ୍ଥା ଆଗ୍ରହ ଦେଖାଇଛନ୍ତି। ୱେସକୋ ବିକ୍ରିର ପରିଚାଳନା ପାଇଁ ପିଡବ୍ଲସି ଓ ସାଉଥ କୋ ପାଇଁ ଡିଲୋଇଟକୁ ନିଯୁକ୍ତ କରାଯାଇଥିଲା। ତେବେ ୱେସକୋ ଓ ସାଉଥକୋ ଅଧିଗ୍ରହଣ ବିଷୟରେ ଟାଟା ପାୱାର ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଘୋଷଣା କରାଯାଇ ନାହିଁ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here