୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ଗଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର : ଗୋପାଳପୁର ବିଧାୟକ ତଥା ବିଜୁ ଜନତା ଦଳରୁ ବହିଷ୍କୃତ ପ୍ରଦୀପ ପାଣିଗ୍ରାହୀ ଜେଲ ଯାଇଛନ୍ତି । ଜେଲ ଯିବା ପୂର୍ବରୁ ପ୍ରଦୀପଙ୍କୁ ଗୁରୁବାର ରାତିରେ ଏସଡିଜେଏମ କୋର୍ଟରେ ହାଜର କରାଯାଇଥିଲା । କିନ୍ତୁ ଏଠାରେ ପ୍ରଦୀପଙ୍କ ଜାମିନ ନାମଞ୍ଜୁୁର ହେବାରୁ ତାଙ୍କୁ ୧୪ ଦିନ ଲାଗି ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ପ୍ରଦୀପ ପାଣିଗ୍ରାହୀ ଗୁରୁବାର ବିଳମ୍ବିତ ରାତି ପରଠାରୁ ଝାରପଡ଼ା ଜେଲରେ ଅଛନ୍ତି ।  “ମୁଁ ଯାହା କହିଥିଲି ସେୟା ହେଲା।” ଏହା କହିଛନ୍ତି ବିଜେଡିରୁ ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଭୁବନେଶ୍ୱର SDJM କୋର୍ଟରେ ହାଜର ବେଳେ ସେ ଏହି କଥା କହିଛନ୍ତି। ସୂଚନାଯୋଗ୍ୟ, ଗୁରୁବାର ସନ୍ଧ୍ୟାରେ କ୍ରାଇମବ୍ରାଂଚର ଏକ ଟିମ ଅତର୍କିତ ଭାବେ ପ୍ରଦୀପ ପାଣିଗ୍ରାହୀଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ ପହଂଚିଥିଲେ । ଘଟଣା ସଂପର୍କରେ କିଛି ନଜଣାଇ କ୍ରାଇମବ୍ରାଂଚ ପ୍ରଦୀପଙ୍କୁ ଉଠାଇ ନେଇଥିଲା । କିନ୍ତୁ ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀଙ୍କୁ ମଧ୍ୟ ଘଟଣା ସଂପର୍କରେ କୁହାଯାଇ ନଥିଲା । ସୁଜାତା ଗଣମାଧ୍ୟମକୁ ପ୍ରଦୀପଙ୍କୁ ଉଠାଇ ନେବା ନେଇ କହିବା ପରେ କ୍ରାଇମବ୍ରାଂଚ ଟୁଇଟ ଯୋଗେ ସୂଚନା ଦେଲା ଯେ, ସେମାନେ ପ୍ରଦୀପଙ୍କୁ ପଚରାଉଚରା କରୁଛନ୍ତି । ପରେ କ୍ରାଇମବ୍ରାଞ୍ଚ କହିଥିଲା ଯେ, ଜାଲିଆତି, ଠକେଇ ଓ ଅପରାଧିକ ଷଡ଼ଯନ୍ତ୍ର ମାମଲାରେ ପ୍ରଦୀପଙ୍କୁ ଗିରଫ କରାଯାଇଛି । ପ୍ରଦୀପଙ୍କ ନାଁରେ ଭାରତୀୟ ଦଣ୍ଡ ସଂହିତାର ଧାରା ୪୧୯, ୪୨୦, ୪୬୭, ୬୬୮, ୪୭୧ ଓ ୧୨୦ (ଖ) ଲାଗିଛି । 

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here