ସରକାରଙ୍କ ଧାନ କିଣା କୁ ନେଇ ଚାଷୀ ଅସନ୍ତୋଷ,ମିଲର ସହ ବୈଠକକୁ ବର୍ଜନ : ସୁନ୍ଦରଗଡ଼

ସୁନ୍ଦରଗଡ଼: ଲହୁଣୀପଡା ଅନ୍ତର୍ଗତ ଖୁଣ୍ଟଗାଁ ଲେମ୍ପ ରେ ଚାଷୀଙ୍କ ଧାନ କିଣିବା ପାଇଁ ଚାରିଗୋଟି ମଣ୍ଡି ଥିବା ବେଳେ ଆଜି ଲେମ୍ପ ପରିଚାଳକ ଚାଷୀ ଓ ମିଲରକୁ ନେଇ ବୈଠକ ଆହ୍ୱାନ କରିଥିଲେ।ଚାଷୀ ଓ ମିଲର ଉପସ୍ଥିତ ଥିଲେ।ମିଲର କିଛି କହିବା ପୂର୍ବରୁ ଚାଷୀମାନେ ତାଙ୍କର ଗତବର୍ଷ ବିକ୍ରିକରିଥିବା ଧାନ ଟଙ୍କା ମିଳିନଥିବା ଓ ସମସ୍ତ ଧାନ କେମିତି ବିକ୍ରିହେବ ସେ ପ୍ରଶ୍ନ କରିଥିଲେ।ମିଲର ଟାର୍ଗେଟ କଥା କହିବାରୁ ଚାଷୀମାନେ ବୈଠକ ବନ୍ଧ କରିବାକୁ କହିଥିଲେ।ଆଉ ଗୋଟେଦିନ ରଖାଯାଉ ଯେଉଁ ଥିରେ ବିଭାଗୀୟ ଅଧିକାରୀ  ଏଏସସିଓ କିମ୍ବା ଏସିଓ ଉପସ୍ଥିତ ଥିବେ।କାରଣ ଗତବର୍ଷ ବହୁତ ଚାଷୀ ଧାନ ବିକି ପାରିନାହାନ୍ତି।

ପୁଣି ଚାଷୀଙ୍କ ମନରେ ପ୍ରଶ୍ନ ଆସୁଛି ନଭେମ୍ବର ୨୩ ରୁ ରାଜ୍ୟ ବ୍ୟାପି ଧାନ କିଣା ଆରମ୍ଭ ହୋଇଥିବା କଥା ରାଜ୍ୟ ସରକାର କହୁଥିବା ବେଳେ ଏଯାବତ ଆମ୍ଭ ଖୁଂଟଗାଁ ଲେମ୍ପରେ ଟୋକେନ ନ ଆସିବା, ମିଲର ନିଯୁକ୍ତି ବିଳମ୍ବ ହେବାର କାରଣ କଣ ? ଏସିଓ  ସୁନ୍ଦରଗଡ,ଅତିରିକ୍ତ ଏସିଓ ବଣାଇ ଙ୍କ ବୈମାତୃକ ମୋନଭାଵ ନା ମିଲର ମାଲରେ ଏଭଳି ସ୍ଥିତି।

ଏଥି ପ୍ରତି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ  ଦୃଷ୍ଟି ଦେବାକୁ ପ୍ରତାପ ମାହାନ୍ତ,ଚନ୍ଦ୍ର ମାହାନ୍ତ,ଅଭିମନ୍ୟୁ ମିଶ୍ର,ପ୍ରେମ ନାୟକ ପ୍ରମୁଖ ଦାବି ଉପସ୍ଥାପନ କରିଥିଲେ।।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here