ମଦ ଓ ମଦ ଭାଟିକୁ ବିରୋଧ କରି ସ୍ବତନ୍ତ୍ର ଗ୍ରାମ ସଭା : ବଡଗାଁ, ସୁନ୍ଦରଗଡ

ସୁନ୍ଦରଗଡ: ପଞ୍ଚାୟେତ ଅଞ୍ଚଳରେ ଓ ଗ୍ରାମରେ ମଦ ବିରୋଧରେ ମହିଳା ଗୋଷ୍ଠୀଙ୍କର ଆନ୍ଦୋଳନ ମୁଣ୍ଡ ଟେକୁ ଥିବାବେଳେ ପୁନଶ୍ଚ ନୂତନ ମଦଭାଟି ବସାଇବାକୁ ପଞ୍ଚାୟେତ ନିର୍ଦ୍ଦେଶକୁ ଅପେକ୍ଷା । ସରକାରଙ୍କ କାଗଜ କଲମରେ ଗୋଟିଏ କଥା ଓ ମୁହଁରେ ଆଉ ଗୋଟିଏ କଥା । ସୁନ୍ଦରଗଡ ଜିଲ୍ଲା ବଡଗାଁ ପଞ୍ଚାୟେତ କାର୍ଯ୍ୟାଳୟରେ ଆଜି ସରପଞ୍ଚ ସୁଶୀଲା ଦଣ୍ଡସେନାଙ୍କ ଅଧ୍ୟକ୍ଷତାରେ ଏକ ସ୍ବତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ଗ୍ରାମ ସଭାରେ ବିଷଦ ଭାବେ ଆଲୋଚନା ଓ ପର୍ଯ୍ୟାଲୋଚନା ହୋଇଥିଲା । ବଡଗାଁ ପଞ୍ଚାୟେତ ଅଞ୍ଚଳରେ ଏକ ନୂତନ ମଦଭାଟି ଅବସ୍ଥାପିତ ସକାସେ ଏକ ପତ୍ର ସଂଖ୍ୟା ୨୩୫୦/୨୦ , ତା: ୧୯/୧୧/୨୦୨୦ ରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ବଡଗାଁ ପଞ୍ଚାୟେତକୁ ୨୨/୧୧ ରେ ପହଞ୍ଚିଥିଲା । ଉକ୍ତ ପତ୍ରରେ ବିଦିତ ଥିଲା ଯେ ଏକ ନୂତନ ମଦଭାଟି ସକାସେ ବଡଗାଁ ପଞ୍ଚାୟେତରୁ ପ୍ରତିବାଦ ବିହୀନ ଆଦେଶ ନାମା ଜାରି କରିବାକୁ । ତେବେ ପଞ୍ଚାୟେତରେ ମହିଳା ଓ ବରିଷ୍ଠ ନାଗରିକଙ୍କ ସମେତ ଅନ୍ୟୁନ ୨୦୦ ଲୋକଙ୍କ ଉପସ୍ଥିତିରେ ଏକ ସ୍ବତନ୍ତ୍ର ଗ୍ରାମ ସଭାର ଆୟୋଜନ ହୋଇ ସର୍ବ ସମ୍ମତ୍ତି କ୍ରମେ ନିଷ୍ପତ୍ତି ହୋଇଥିଲା ଯେ ଏଠାରେ ନୂତନ ମଦଭାଟି କରିବା ସକାସେ ପ୍ରୋତ୍ସାହନ ଦିଆଯିବ ନାହିଁ କି ପଞ୍ଚାୟେତ ତରଫରୁ ଲିଖିତ ଭାବେ ପ୍ରତିବାଦ ବିହୀନ କୌଣସି ନିର୍ଦ୍ଦେଶ ଦିଆଯିବ ନାହିଁ । ଏ ନେଇ ପଞ୍ଚାୟେତ ଅଞ୍ଚଳର ବରିଷ୍ଠ ନାଗରିକ ଗଣ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ପତ୍ର ବଡଗାଁ ବିଡିଓଙ୍କୁ ପ୍ରଦାନ କରିଥିବା ଜଣାପଡିଛି । ଏଥିରେ ରାଜ୍ୟ ଅଥବା ଜିଲ୍ଲା ପ୍ରଶାସନ ତରଫରୁ ଯଦି ଚାପ ପ୍ରୟୋଗ କରାଯାଇ ମଦଭାଟି ସକାସେ ନିର୍ଦ୍ଦେଶ ଦିଆଯାଏ ତେବେ ବଡଗାଁ ପଞ୍ଚାୟେତ ବାସୀ ଏହାର ଘୋର ବିରୋଧ କରିବା ସହ ବାଧ୍ୟ ହୋଇ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ଏ ନେଇ ବଡଗାଁ ପଞ୍ଚାୟେତ ଅଞ୍ଚଳରେ ମଦଭାଟି ବସାଇ ନ ଦେବାକୁ ଆୟୋଜିତ ହୋଇଥିବା ସ୍ବତନ୍ତ୍ର ଗ୍ରାମ ସଭାରେ ସ୍ଥାନୀୟ ସରପଞ୍ଚ ସୁଶୀଲା ଦଣ୍ଡସେନା ମତବ୍ୟକ୍ତ କରିଛନ୍ତି ଯେ ପଞ୍ଚାୟେତ ବାସୀଙ୍କ ଅସୁବିଧା ପ୍ରତି ବିଶେଷ ଦୃଷ୍ଟି ଦେଇ ଏଠାରେ ମଦଭାଟି ପାଇଁ କୌଣସି  ‘ ନୋ ଅବଜେକସନ ‘ ଦିଆଯିବ ନାହିଁ  ? ମୁଁ ପଞ୍ଚାୟେତ ବାସୀଙ୍କ ସପକ୍ଷରେ ଅଛି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here