କାର ଦୁର୍ଘଟଣାରେ ହୋମଗାର୍ଡଙ୍କ ମୃତ୍ୟୁ : ବୀରମିତ୍ରପୁର

ସୁନ୍ଦରଗଡ଼: ସଡକ ଦୁର୍ଘଟଣାରେ ଆଖି ବୁଜିଲେ ବୀରମିତ୍ରପୁର ଥାନାର ହୋମଗାର୍ଡ ପୁନିଆ ମିର୍ଦ୍ଧା  l ରାଏବଗା ଥାନା ଅନ୍ତର୍ଗତ ପ୍ରତାପପୂର ପଞ୍ଚାୟତ ସଂଲଗ୍ନ ହେଡବାହାଲ ଗ୍ରାମର ଅଧିବାସୀ ଥିଲେ ପୁନିଆ ମିର୍ଦ୍ଧା । ଗତ କାଲି ବିଲମ୍ବିତ ରାତ୍ରିରେ ରାଏବଗା – ବୀରମିତ୍ରପୁର ଦେଇ ଯାଇଥିବା ରାସ୍ତା ଇନ୍ଦ୍ରପୂର ଗ୍ରାମ ନିକଟରେ ଏକ କାର  ହୋମଗାର୍ଡ ମିର୍ଦ୍ଧାଙ୍କୁ ପଛ ପଟୁ ଧକ୍କା ମାରି ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲା I ପୁନିଆ ମିର୍ଦ୍ଧାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ରାଏବଗା ପୋଲିଶ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଇଥିଲେ l ତେବେ ଦୁର୍ଘଟଣା ଘଟାଇଥିବା କାର୍ ଓ କାର୍ ମାଲିକ କୁଆଁରମୁଣ୍ଡା ଅଞ୍ଚଳରେ ଧରା ପଡିଥିଲେ l କାର୍ ମାଲିକ ପ୍ରଭାକର ମହାନ୍ତି ରାଏବଗାର ସ୍ଥାନୀୟ ବାସିନ୍ଦା ବୋଲି ଜଣାପଡିଛି l ସେ ସ୍ଥାନୀୟ ଅଞ୍ଚଳରେ ଏକ ଔଷଧ ଦୋକାନ କରିଥିବା ଜଣାପଡିଛି । ତେବେ କାର୍ ମାଲିକ ମହାନ୍ତିକୁ ରାଏବୋଗା ଥାନା ରେ ଅଟକ ରଖାଯାଇଛି l ହୋମ୍ ଗାର୍ଡ ପୁନିଆ ମିର୍ଦ୍ଧା (୪୪)ଏକ ଗରିବ ପରିବାରର ବ୍ୟକ୍ତି ହୋଇଥିବାରୁ ତାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇପଡ଼ଛି l ଆରଜିଏଚରେ ଚିକିତ୍ସା ଅବସ୍ଥାରେ ଆଜି ସକାଳୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ପରିବାରର ଆର୍ଥିକ ସ୍ଵଛ୍ଛଳ ନ ଥିବାରୁ ଜିଲ୍ଲା ପ୍ରଶାସନ ସହ ଜିଲ୍ଲା ପୋଲିଶ ପ୍ରଶାସନକୁ ନିବେଦନ କରିଛନ୍ତି ଆର୍ଥିକ ସହାୟତା ପାଇଁ  ତାଙ୍କ ପରିବାର ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here