୧୭ ଦିନ ପରେ ପରିତିକ୍ତ କୂଅ ଭିତରୁ ଗଳିତ ଶବ ଉଦ୍ଧାର , ହତ୍ୟା ସନ୍ଦେହ : ସୁନ୍ଦରଗଡ଼

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ କମଣ୍ଡ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ଦୀପାବଳୀ ଦିନଠାରୁ ନିଖୋଜ ଥିବା ବ୍ୟକ୍ତିର ଶବ ଦୀର୍ଘ ୧୭ ଦିନ ପରେ ଗ୍ରାମର ଏକ ପରିତିକ୍ତ କୂଅରୁ ଉଦ୍ଧାର କରିଛି କୋଇଡା ପୋଲିଶ ଓ ଅଗ୍ନିଶମ ବିଭାଗ । କମଣ୍ଡ ମୁଣ୍ଡା ବସ୍ତିରେ ରହୁଥିବା ବିର୍ଜୁ ମୁଣ୍ଡାଙ୍କର ବସ୍ତିର କିଛି ସାଥୀଙ୍କ ସହିତ ଦୀପାବଳୀ ଦିନ ସାମାନ୍ୟ ବଚସା ହୋଇଥିଲା । ପରେ ହଠାତ୍ ବିର୍ଯ୍ୟୁ ନିଖୋଜ ହୋଇଯିବା ପରେ ସ୍ତ୍ରୀ ଏବଂ ଘରର ଅନ୍ୟ ସଦସ୍ୟ ଖୋଜ ଖୋଜି ଆରମ୍ଭ କରିଥିଲେ । ବିର୍ଜୁର ସାଥୀଙ୍କ କହିବା ଅନୁସାରେ ବିର୍ଜୁ ଅନ୍ୟ ଏକ ଝିଅକୁ ନେଇ ଫେରାର ହୋଇଯାଇଛି । ସ୍ତ୍ରୀ ଏବଂ ପରିବାର ଲୋକେ ଏକଥା ଶୁଣିବା ପରେ ରାଗରେ ଜର୍ଜରିତ ହୋଇ ବିର୍ଜୁଙ୍କୁ ଖୋଜିବା ଛାଡି ଦେଇଥିଲେ । କିନ୍ତୁ ସୋମବାର ସନ୍ଧ୍ୟା ସମୟରେ ଗ୍ରାମର ଏକ ପରିତିକ୍ତ କୂଅରୁ ଦୁର୍ଗନ୍ଧ ଆସିବାରୁ ଗ୍ରାମରେ ବିର୍ଯ୍ୟୁ ନିଖୋଜ ବିଷୟରେ ଆଲୋଚନା ହେବା ସହ ବିର୍ଜୁର ପରିବାର ଲୋକେ କୋଇଡା ଥାନାକୁ ଖବର ଦେଇଥିଲେ । ସନ୍ଧ୍ୟା ସମୟ ହୋଇଥିବାରୁ ଶବ କୁ ଉଦ୍ଧାର କରି ଚିହ୍ନଟ କରିବା ଅସମ୍ଭବ ହେବାରୁ ମଙ୍ଗଳବାର ସକାଳ ସମୟରେ କୋଇଡା ଥାନା ଅଧିକାରୀ ରାମ ଚନ୍ଦ୍ର ବିଶ୍ୱାଳ ଏବଂ କୋଇଡା ଅଗ୍ନିଶମ ଅଧିକାରୀ ଦୀପକ କୁମାର ଜେନା ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ୬ ଘଣ୍ଟା କାଳ ଅକ୍ଲାନ୍ତ ପରିଶ୍ରମ ପରେ ଶବକୁ ୧୦୦ ଫୁଟର ପରିତ୍ୟକ୍ତ କୂଅ ଭିତରୁ ବାହାର କରି ଚିହ୍ନଟ କରିଥିଲେ । ପରିବାର ଲୋକଙ୍କ ତରଫରୁ ହତ୍ୟା ଅଭିଯୋଗ ହେବାପରେ ଏ ବାବଦରେ ଥାନାରେ ଏକ ମାମଲା ରୁଜୁ କରି କୋଇଡା ପୋଲିଶ ମାମଲା ପ୍ରତି ବିଶେଷ ଗୁରୁତ୍ବ ଦେଇ ତଦନ୍ତ ଆରମ୍ଭ କରିଛି ।

ସୁନ୍ଦରଗଡ଼ କୋଇଡା ରୁ ସନ୍ତୋଷ କୁମାର ପାତ୍ର ଙ୍କ ରିପୋର୍ଟ୍

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here