ଆୟ ବହିଭୂତ ଠୁଳ ଅଭିଯୋଗ ରେ ବରିଷ୍ଠ କିରାଣୀ ଘରେ ଚଢାଉ I

ଜଗତସିଂହପୁର୨/୧୨/୨୦ ) ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୨ ତାରିଖ ବୁଧବାର ଭୋର ୪ ଟାରୁ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ କାର୍ଯ୍ୟରତ ବରିଷ୍ଠ କିରାଣୀ ସଂଯୁକ୍ତା ଦାସଙ୍କ ଘରେ ଭିଜିଲାନ୍ସ ରେଡ଼ ।ଜିଲ୍ଲାପାଳଙ୍କ ଅଫିସ ସମେତ ନିଜ ଘର ସାତପୁରା,କଟକ ଓ ପାଣିସାଳିଆ ଭଡାଘର ସମେତ ୪ଟି ସ୍ଥାନରେ ଏକ କାଳୀନ ଚଢ଼ାଉ ଜାରି ରହିଛି! ସ୍ପେଶାଲ ଜଜ ଭିଜିଲାନ୍ସ ଜଜ ଓରେଣ୍ଟ ବଳରେ କଟକ ଭିଜିଲାନ୍ସ ବିଭାଗ ପକ୍ଷରୁ ୪ଟି ଟିମରେ ୯ଜଣ ଇନ୍ସପେକ୍ଟର ସମେତ ୩୦ ଜଣ କର୍ମଚାରୀ ଏକ କାଳୀନ ଚଢ଼ାଉ ଜାରି କହିଛନ୍ତି ।ସଂଯୁକ୍ତା ଦାସ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସ୍ଥିତ ଜିଲ୍ଲା ପଞ୍ଚାୟତ ବିଭାଗରେ ସେକ୍ସନ ଅଫିସର ଭାବେ କାର୍ଯ୍ୟ କରୁଛନ୍ତି ।ସଂଯୁକ୍ତାଙ୍କର ସାତପୁରରେ ବିଳାସପୂର୍ଣ ଘର ରହିଥିବା ବେଳେ ଜିଲ୍ଲାପାଳଙ୍କ ଅଫିସ ପଛପଟେ ୨ମହଲା ଘର,କଟକ ଆଦିତ୍ୟ ରେସିଡେନ୍ସିରେ ଆପାର୍ଟମେଣ୍ଟ ମଧ୍ୟ ଘର ରହିଛି ।ଏହା ସହିତ ବ୍ୟାଙ୍କରେ ଏକ ଲକର ରହିଥିବା ଲକର ଖୋଲାଯିବା ପରେ ଟଙ୍କା ଓ ସୁନା ଅଳଙ୍କାର ବାବଦରେ ଜଣାପଡିବ ବୋଲି ଭିଜିଲାନ୍ସ ଇନିସ୍ପେକ୍ଟର କହିଛନ୍ତି I

ଜଗତସିଂହପୁର ଜିଲ୍ଲାରୁ ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋର୍ଟ?

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here