ଅଭୟଙ୍କ ଅମାପ ସମ୍ପତ୍ତି : ସବୁଠି ଚାଲିଛି ସମ୍ପତ୍ତିର ଖୋଳତାଡ


ଅଭୟଙ୍କ ଅମାପ ସମ୍ପତ୍ତି, ଯୁଆଡେ ଖୋଲିବ ସିଆଡେ ବାହାରୁଛି । ସବୁଠି ଚାଲିଛି ଖୋଳତାଡ଼ । ଚାକିରି ଜୀବନରେ ଏତେ ଟଙ୍କା, ଦାମୀ ଘର ଓ ଗାଡ଼ି କେମିତି ସମ୍ଭବ ହେଲା । ଏପିସିସିଏଫ ପୁନେ, ମୁମ୍ବାଇ, ପାଟଣାରେ ଏକାଧିକ ଘର ଓ ଫ୍ଲାଟ୍ କେମିତି କିଣିଲେ । ଏପିସିସିଏଫ ଅଭୟକାନ୍ତ ପାଠକଙ୍କ କଳା କାରାନାମାର ଅଧିକ ଗୁମର ଖୋଲିବା ପାଇଁ ୭ଟି ସ୍ଥାନରେ SITର ୧୨ଟି ଟିମ୍ ଛାନଭିନ୍ କରିଛି । ସରକାରୀ ବାସଭବନ ସହ ପିସିସିଏଫ ଅଫିସରେ ରେଡ୍ କରାଯାଇଛି । ୧୯୮୭ ବ୍ୟାଚର IFS ଅଭୟକାନ୍ତ ପାଠକ କେମିତି ୩୩ ବର୍ଷ ଚାକିରି କାଳରେ ହୋଇଗଲେ କୋଟିପତି।
ଚାକିରି କାଳରେ ଦୁର୍ନୀତି କରି ରଖିଥିଲେ କି ଏତେ ସମ୍ପତ୍ତି । ତାହା ଜାଣିବା ପାଇଁ ଏବେ ସେ ସବୁର ଖୋଳତାଡ଼ କରାଯାଉଛି । ଅନୁଗୁଳ ଡିଏଫଓ ଅଫିସରେ ଭିଜିଲାନ୍ସର ୪ ଜଣିଆ ଟିମ୍ ବିଭିନ୍ନ କାଗଜପତ୍ର ସହ ବ୍ୟାଙ୍କ ଆକାଉଣ୍ଟ ସମ୍ବନ୍ଧୀୟ କାଗଜପତ୍ର ଯାଞ୍ଚ କରିଛି । ୧୯୯୩ରୁ ୯୪ ଯାଏ ପାଠକ ଅନୁଗୁଳ ଡିଏଫଓ ଭାବେ କାର୍ଯ୍ୟ କରୁଥିଲେ । ସେହିଭଳି ସମ୍ଵଲପୁରରେ ମଧ୍ୟ ରେଡ୍ ହୋଇଛି । ସମ୍ବଲପୁର ଭିଜିଲାନ୍ସର ସ୍ୱତନ୍ତ୍ର ଟିମ୍ ପୂର୍ବରୁ ପାଠକ ଚାକରି କରୁଥିବା ଆରସିସିଏଫ ଅଫିସରେ ଚଢ଼ାଉ କରିଛି । ପାଠକଙ୍କ ସମ୍ପତ୍ତିକୁ ନେଇ ବିଭିନ୍ନ ବ୍ୟାଙ୍କକୁ ନୋଟିସ୍ ଜାରି କରିଛି ସମ୍ବଲପୁର ଭିଜିଲାନ୍ସ । ଆଗକୁ ମଧ୍ୟ ଏହି ଚଢାଉ ଜାରି ରହିବ ବୋଲି ଜଣାପଡିଛି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here