ରେଳ ଧାରଣା ଉପାଡିଲେ ଅଜଣା ଦୁର୍ବୁର୍ତ୍ତ : ରାଉରକେଲା

ରାଉରକେଲା: ବର୍ଷ ବର୍ଷ ଧରି ଏଠାରେ ଚାଲୁଥିଲା ନେପାଜ କାରଖାନା , ହେଲେ କେବେ ଏଭଳି ଅଘଟଣ ଘଟିନାହିଁ । ଦୁଇ ବର୍ଷ କାରଖାନା ବନ୍ଦ ହୋଇ ରହିଲା ପରେବି ଏଭଳି ବଡ ଧରଣର ଚୋରୀ ହୋଇନାହିଁ । ପରବର୍ତ୍ତୀ ପର୍ଯ୍ୟାୟରେ ଏହି ନେପାଜ କାରଖାନାକୁ କିଣିଲା ଲିବର୍ଟି ହାଉସ । ତେବେ କାରଖାନା କାର୍ଯ୍ୟ ଆରମ୍ଭ ହେବାର ଛଅ ମାସ ନ ପୂରୁଣୁ ରେଳ ଯୋଗେ କଞ୍ଚାମାଲ ଆସିବାକୁ ଥିବା ରେଳ ଧାରଣା ଯାହା ରେଳ ଲାଇନ ସହ ସଂଯୋଗ ହୋଇ କାରଖାନା ଭିତରକୁ ଯାଇଥିବା ରେଳ ଧାରଣା ୧୫ ରୁ ୨୦ ମିଟର କେହି ଦୁର୍ବୁର୍ତ୍ତ ଓପାଡି ନେଇଯାଇଛନ୍ତି । ଏ ନେଇ କୁଆଁରମୁଣ୍ଡା ଫାଣ୍ଡିରେ ଏକ ମାମଲା ରୁଜୁ ହେବାପରେ ପୋଲିଶ ତଦନ୍ତ ଜାରି ରଖିଛି । ତେବେ ହଠାତ ଏଭଳି ରେଳ ଧାରଣା ଚୋରୀ ହେବାର କାରଣ କ’ଣ ହୋଇପାରେ । କିଏ ନେଲା ଏହି ରେଳ ଧାରଣା । କାରଖାନା କର୍ମଚାରୀ ବା ଅଧିକାରୀ ଏଥିରେ ସାମିଲ ନାହାଁନ୍ତି ତ ? ପ୍ରକୃତରେ ଏହି ଘଟଣା ତଦନ୍ତ ସାପେକ୍ଷ । ତେବେ କାରଖାନା ଅଧିକାରୀ ମାନଙ୍କ ଦାୟିତ୍ବ ହୀନତା ବା ନିଜ ନିଜ ଭିତରେ ବୁଝାମଣାର ଅଭାବ , ନା ବେପରୁଆ ମନୋଭାବ ଯୋଗୁଁ ଏପରୀ ହୋଇଛି ସବୁ ସତ୍ୟାସତ୍ୟ ତଦନ୍ତ ପରେ ଲୋକ ଲୋଚନକୁ ଆସିବ । ତଦନ୍ତ ରିପୋର୍ଟକୁ ଅପେକ୍ଷା ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here