କୋରାପୁଟିଆ ପ୍ରାକୃତିକ ଉପରେ ରଚନା କରିବା ସହ ଗୀତ ଗାଇ ଚର୍ଚ୍ଚା ଅକ୍ଷୟ ସୋମର୍ଲିଆ

କୋରାପୁଟ, ୩୦/୧୧/୨୦: କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଳକ ସଦର ପଞ୍ଚାୟତରେ ବସବାସ କରି ଆସୁଥିବା ରବି ସୋମର୍ଲିଆଙ୍କ ପୁଅ ଅକ୍ଷୟ ସୋମର୍ଲିଆ ଏବେ କୋରାପୁଟିଆ ପ୍ରାକୃତିକ ଉପରେ ରଚନା କରିବା ସହ ଗୀତଗାଇ ସୋସିଆଲ୍ ମିଡିଆରେ ଚର୍ଚ୍ଚାଉପରେ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଛି। ସେ ଯୁକ୍ତ ୩ ପାଠପଢ଼ା ସରି ପାରିବାରିକ ସ୍ଥିତ ଠିକ୍ ନଥିବାରୁ ଅଳ୍ପ ବୟସରେ ପାରିବାରିକ ବୋଝ ଦୁର କରିବା ପାଇଁ ଏକ କମ୍ପାନୀ ଗାର୍ଡ ଭାବେ କାମ କରି ପରିବାର ବୋଝକୁ ଦୁର କରୁଛି ବୋଲି ଅକ୍ଷୟ ଉପସ୍ଥାପନ କରନ୍ତି। ତାହାସହ ଗୀତ ଗାଇବା ମୋର ଛଟ ବେଳେ ରୁ ବଡ ଆଶା ରହିଛି କିନ୍ତୁ ମୋ କିଛି ଉପାୟ ନ ଥିବା ରୁ ମୁଁ ଆଗକୁ ବଡି ପାରୁନାହିଁ ବୋଲି ଅକ୍ଷୟ ଉପସ୍ଥାପନ କରନ୍ତି। ଏଥିପ୍ରତି କେହି ଯଦି ସରକାରୀ ହେଉ ବା ବେସରକାରୀ ପକ୍ଷରୁ ହେଉ କିମ୍ବା ଯେକୌଣସି ମାଧ୍ୟମରେ ମୋତେ ସହାୟତା ପ୍ରଦାନ କରନ୍ତି ତାହା ହେଲେ ମୁଁ ଆଗକୁ ବଡି ପାରିଥାନ୍ତି ବୋଲି ଅକ୍ଷୟ ଉପସ୍ଥାପନ କରନ୍ତି। ତାହା ସହ କବି ପରି ଟିକିଏ ସମୟ ମିଳିଲେ ସେ ପର୍ବତ ଉପରେ, ଗଛ ମୂଳରେ ବା ପଥର ଉପରେ ବସି ନୂଆ ନୂଆ ରଚନା କରିଥାନ୍ତି। ଏବେକୁ ପ୍ରାୟ କୋଡିଏ ରୁ ପଛିଶ୍ ଗୀତ ରଚନା କରି ଥିବାର ଦେଖିବାକୁ ମିଳିଛି। ପିଲା ଦିନରୁ ଅକ୍ଷୟ ଗୀତ ଗାଆନ୍ତି ଏବଂ ଭଲ ରଚନା ମଧ୍ୟ କରି କଣ୍ଠ ଦାନ କରନ୍ତି। ବିଭିନ୍ନ କାର୍ଯ୍ୟକ୍ରମ ଭାଗ ନେଇ ବ୍ଳକ ସ୍ତରୀୟ ଠାରୁ ଆରମ୍ଭ କରି ଜିଲ୍ଲା ସ୍ତରୀୟ ରୁ ରାଜ୍ୟ ସ୍ତରୀୟରେ ଅନେକ କଳା,ଓ ସଂସ୍କୃତି ଏବଂ ଗୀତ ନାଚ କରି ପୁରସ୍କୃତ ମଧ୍ୟ ହୋଇଅଛନ୍ତି। ଏବେ କୋରାପୁଟ ମାଟି ଉପରେ ନିଜେ ରଚନା କରି ଗୀତ ଗାଇ ଚର୍ଚ୍ଚା ଅକ୍ଷୟ। ଏହାକୁ ଦୃଷ୍ଟିରେ ରଖି ଅକ୍ଷୟଙ୍କୁ ସରକାରଙ୍କ ଦ୍ଵାରା କିଛି ପ୍ରୋତ୍ସାହନ ଦିଆଯାଏ ତାହା ହେଲେ ଆଗାମୀ ଦିନରେ ଅଞ୍ଚଳର ନାମ ରହନ୍ତା ବୋଲି ଅଞ୍ଚଳବାସୀ ଉପସ୍ଥାପନ କରିଛନ୍ତି।

ସାମ୍ବାଦାତା ତପନ ହିଆଲ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here