ଆଜି ହେଉଛି କାର୍ତ୍ତିକ ମାସର ପବିତ୍ର ବଡଓଶା

ଆଜି ହେଉଛି କାର୍ତ୍ତିକ ମାସର ପବିତ୍ର ବଡଓଶା । କାର୍ତ୍ତିକ ମାସର ସବୁଠୁ ପୂର୍ଣ୍ଣ୍ୟର ଦିନ । ଆଜି ଭଳି ଦିନରେ ଯିଏ ଯାହା ମାନସିକ ରଖି ପ୍ରଭୁ ଶିବଙ୍କୁ କାର୍ତ୍ତିକ ମାସ ଆରମ୍ଭରୁ ବା ପଞ୍ଚୁକ ୫ଦିନଠାରୁ ବ୍ରତ ଉପବାସ ନିଷ୍ଠାର ସହିତ ପାଳନ କରିଥାନ୍ତି, ମହାପ୍ରଭୁ ଶିବ ବା ଭୋଳା ଶଂକର ନିଶ୍ଚିନ୍ତ ରୂପେ ତାଙ୍କ ମନସ୍କାମନା ପୂରଣ କରିଥାନ୍ତି ବୋଲି ବହୁ ଲୋକ କଥା ଓ ପୂରାଣ ଶାସ୍ତ୍ରରେ ବର୍ଣ୍ଣିତ ଅଛି । ଆଜିର ଦିନରେ ପ୍ରଭୁ ଶିବଙ୍କୁ ପ୍ରତେକଟି ଶିବ ମନ୍ଦିରରେ ମହା ଆଡମ୍ବର ସହକାରେ ପୂଜା ଅର୍ଚ୍ଚନା କରାଯାଇଥାଏ । ପ୍ରତ୍ୟେକଟି ମନ୍ଦିର ପରିସରରେ ଆଜିଭଳି ଦିନରେ ଭକ୍ତ ମାନଙ୍କ ଗହଳି ଚହଳି ଲାଗି ରହିବା ସହିତ ଜନ ସମାଗମ ମଧ୍ୟ ଦେଖିବାକୁ ମିଳିଥାଏ । ହେଲେ କରୋନା ମହାମାରୀର ପ୍ରକୋପ ସମଗ୍ର ଦେଶରେ ଏତେ ଭୟାନକ ରହିଛି ଯେ-ଭୟରେ ଏବର୍ଷ ଭକ୍ତମାନେ ମଧ୍ୟ ଆଉ ମନ୍ଦିରକୁ ପୂର୍ବ ବର୍ଷଭଳି ଆସିନଥିବା ଦେଖିବାକୁ ମିଳିଥିଲା । ସବୁଆଡେ ଖାଲି ଖାଁ ଖାଁ ଆଉ ଶୂନ୍ ଶାନ୍ ମନ୍ଦିର ପରିସର ଲାଗୁଥିଲା । ଯେମିତି ଭକ୍ତ ଆଉ ଭଗବାନଙ୍କ ମଝିରେ ଏବର୍ଷ କରୋନା ରୂପକ ମହାମାରୀ ପାଚେରୀ ସଦୃଶ୍ୟ ଠିଆହୋଇ ରହିଛି । ଏପଟେ ବି କରୋନା ମହାମାରୀ ପାଇଁ ଖାଲି ଓଡିଶା ନୁହେଁ ସମଗ୍ର ଦେଶରେ ମଧ୍ୟ ବିଭିନ୍ନ ରାଜ୍ୟରେ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ପ୍ରତ୍ୟେକଟି ଦେବାଳୟ ଏବଂ ଶୈବପୀଠ ଓ ଶିବ ମନ୍ଦିର ମାନଙ୍କରେ ଜନ ସମାଗମ ନହେବା ପାଇଁ ୧୪୪ ଧାରା ମଧ୍ୟ ଜାରୀ କରାଯାଇଥିବା ଦେଖାଯାଇଛି । ଯେଉଁ କେତେଜଣ ହାତଗଣତି ଭକ୍ତମାନେ ମନ୍ଦିରକୁ ପ୍ରଭୁ ଶିବଙ୍କୁ ଦର୍ଶନ କରିବା ନିମନ୍ତେ ଆଶିଥିଲେ । ସେମାନେ କରୋନା ଦାଉରୁ ରକ୍ଷା ପାଇବା ପାଇଁ ମାକ୍ସ୍ ପିନ୍ଦି, ସାମାଜିକ ଦୂରତା ଅବଲମ୍ବନ କରି ଧାଡିରେ ଛିଡା ହୋଇ ଠାକୁର ଦର୍ଶନ କରିଥିବା ଦେଖିବାକୁ ମିଳିଥିଲା । କେହି କେହି ମନ୍ଦିର ପରିସରରେ ମଧ୍ୟ ମହାପ୍ରଭୁଙ୍କ ଉଦ୍ଧେଶ୍ୟରେ ଦୀପଦାନ କରୁଥିବା ଦେଖା ଯାଇଥିଲା । ମନ୍ଦିର ପ୍ରାଙ୍ଗଣରେ ପୂର୍ବ ବର୍ଷଭଳି ଏତେଟା କୌଣସି ଦୋକାନ ବଜାର ପଡିଥିବା ଦେଖା ଯାଉନଥିଲା । ଗୋଟେ ଅଧେ ଯୋଉ ଭୋଗ ଦୋକାନ କେତୋଟି ହାତ ଗଣତି ଖୋଲିଥିଲା । ସେମିତି ବେପାର ପଟା ମଧ୍ୟ ହୋଇନଥିଲା । ଏପରିକି ମନ୍ଦିର ସମ୍ମୁଖରେ ପ୍ରତିବର୍ଷ ଭଳି ଭୀକ୍ଷା ବୃର୍ତ୍ତିକୁ ଆପଣାଇ ନେଇଥିବା ଭିକାରୀ ମାନେ ମଧ୍ୟ କରୋନା ମାଡର ଶୀକାର ହୋଇଥିବା ଦେଖା ଯାଇଥିଲା । ମନ୍ଦିରକୁ କେହି ସେମିତି ଭକ୍ତ ନ ଆସୁଥିବାରୁ ଭିକାରୀଙ୍କୁ ମଧ୍ୟ କେହି ଭିକ ଦେଉନଥିବା ବା ଦାନ କରୁନଥିବା ଦେଖାଯାଇଥିଲା । ଏପରିକି ଏବର୍ଷ ମଧ୍ୟ ମନ୍ଦିର ବେଢା ହେଉକି ଭିତରେ ହେଉ ଗଜଭୋଗ ପାଇଁ ଭକ୍ତ ମାନଙ୍କଠୁ ବିକ୍ରି ନିମନ୍ତେ ପଇସା ରଖା ଯାଇନଥିବା ଦେଖା ଯାଇଥିଲା । ସେହିଭଳି ଆଜି କେନ୍ଦ୍ରାପଡା ସହର ଉପକଣ୍ଠରେ ଥିବା ଗୋପ ମହାଦେବ ମନ୍ଦିର, କଜଳାସ୍ଥିତ ବିଲେଶ୍ୱର ମହାଦେବ ମନ୍ଦିର, କାକଟ ମଂଗଳା ଓ ମହାଦେବ ମନ୍ଦିର, ଗରାପୁରସ୍ଥିତ ଶିବ ମନ୍ଦିର ଏବଂ ସାନ୍ତସାହିସ୍ଥିତ ମଣୀ ମନ୍ଦିର ଛଡା ସହରର ଅନ୍ୟାନ୍ୟ ବହୁ ସ୍ଥାନରେ ଥିବା ସମସ୍ତ ଶିବ ମନ୍ଦିର ମାନଙ୍କରେ ମଧ୍ୟ ଭକ୍ତ ମାନଙ୍କର ସମାଗମ ସେତେଟା ଦେଖିବାକୁ ମିଳିନଥିଲା । ତେବେ ଆସନ୍ତୁ ମନ୍ଦିର ପୂଜକ ବା ନନାଙ୍କ ସମେତ ମନ୍ଦିରକୁ ଆସିଥିବା ଭକ୍ତ ,ଭୋଗଦୋକାନି ଏବଂ ମନ୍ଦିର ସମ୍ମୁଖ ଭାଗରେ ଭୀକ୍ଷାପାଇଁ ଅପେକ୍ଷାରତ ଭିକାରୀ ମାନଙ୍କୁ ସିଧାସଳଖ ପଚାରି ବୁଝିବା କଣ ଭକ୍ତ ଆଉ ଭଗବାନଙ୍କୁ ନେଇ କେମିତି ପାଳନ କରାଯାଉଛି ଏବର୍ଷର ବଡଓଶା,କାର୍ତିକ ପୂର୍ଣ୍ଣମି ବା ଡଂଗିଭଷା କାର୍ଯ୍ୟକ୍ରମ । ତେବେ ଚାଲନ୍ତୁ ନା ସିଧା ସଳଖ ଯିବା ଆଉ ସେ ବିଷୟରେ ସେମାନଙ୍କଠୁ ପଚାରି ବୁଝିବା କଣ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖୁଛନ୍ତି ସେମାନେ ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1 ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here